ବାଇକ୍ ଧକ୍କାରେ ଜଣେ ମୃତ

ମୋହନା,(ଅଂଶୁମାନ ପଣ୍ଡା): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅର୍ନ୍ତଗତ ତପ୍ତତପାଣି ନିକଟସ୍ଥ ଲଷ୍ମୀନଗର ଗ୍ରାମ ନିକଟରେ ବାଇକ ଧକାରେ ଜଣେ ମହିଳା ସୁକୁମାରୀ ଗମାଙ୍ଗ ୬୦ଙ୍କୁ ଗଭୀର ଆଘାତ ଲାଗିଥିଲା ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ପୁଡାମାରି ପଟୁ ଏକ ଏକ୍ସେଲ୍ ବାଇକ ଗବିନ୍ଦପୂର ଫେରୁଥିବା ବେଳେ ଲକ୍ଷ୍ମୀନଗର ନିକଟରେ ଧକା ଦେଇଥିଲା ଯା ଫଳରେ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଉକ୍ତ ଗାଁରେ ସୁକୁମାରୀ ଗମାଙ୍ଗ ନୂଆ ଘର କରି ନିଜ ପରିବାର ସହ ରହୁଥିଲେ, କୌଣସି କାରଣରୁ ସେ ବାହାରକୁ ଆସିଥିଲେ ସେଇ ସମୟରେ ତାଙ୍କ ଗାଡ଼ି ଧକା ଦେଇଥିଲା ଫଳରେ ଦୁର୍ଘଟଣା ଘଟିଥିଲା । ପାଟପୁର ପୋଲିସି ପହଞ୍ଚି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅଜୟ ବାରିକ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ