ବାଇକ୍-ବୋଲେରୋ ମୁହାଁମୁହି;ଜଣେ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ବିଶୋଇ ଥାନା ଅନ୍ତର୍ଗତ ସାନ ଜାମବିଲା ପୋଲ ନିକଟରେ ଶୁକ୍ରବାର ରାତି ୮ଟା ସମୟରେ ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କାରେ ଘଟଣାସ୍ଥଳରେ ବାଇକ ଚାଳକରମୃତ୍ୟୁହୋଇଛି ।ସୂଚନା ଯୋଗ୍ୟ ଯେ ବିଶୋଇ ଥାନା ଅନ୍ତର୍ଗତ ବନେଇକଳା ଗ୍ରାମର ଯୁବ ବ୍ଯବସାୟୀ ଶିବ ନାୟକ(୪୫) ଶୂକ୍ରବାର ରାତିରେ ବାଇକ ରେ କୌଣସି କାମରେ ମଣଦା ଯାଉଥିଲେ ।ବନେଇକଳାରୁ ଜାତୀୟ ରଜପଥ ୪୯ ନମ୍ବର ସାନପାଟବିଲା ପୋଲ ନିକଟରେ ରାସ୍ତା କାମ କରୁଥିବା ଏଲଏନ୍ ଟି କମ୍ପାନୀର ବୋଲେରୋ ସହ ସମନା ପଟୁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକର ପ୍ରାଣବାୟୁ ଉଡି ଯାଇଥିଲା।ଖବର ପାଇ ଗାଁ ଲୋକେ ମୃତକ ପରିବାର ବର୍ଗଙ୍କୂ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ ।ପରେ ବିଶୋଇ ତହସିଲଦାର ,ବିଶୋଇ ପୋଲିସ,ରାଇରଙ୍ଗପୁର ସର୍କଲ ଏସଡିପିଓ ସ୍ନେହାଶୀସ ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ଫଳରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧରୁ ହଟିଥିଲେ ।ପରେ ଶନିବାର ଦିନ ବିଶୋଇ ପୋଲିସ ମାମଲା ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲରେ ଶଵ ଵ୍ଯବଛେଦ କରାଇ ପରିବାରକଙ ହସ୍ତାନ୍ତର କରିଥିଲା ।ପ୍ରଶାସନ ରେଡକ୍ରସ ତରଫରୁ ୫୦୦୦ ଟଙ୍କା ଏବଂ ପଞାୟତ ତରଫରୁ ୨୦୦୦ ଟଙ୍କା ଖୁବ ଶିଘ୍ର ଦିଆଯିବ ଵୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା ।