ବାଇକ ଓ ସାଇକେଲ ମଧ୍ୟରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର
କଳାହାଣ୍ଡି – କଳାହାଣ୍ଡି କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ରେ ଦୁର୍ଘଟଣା, ବାଇକ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଚିକିତ୍ସାଧୀନ ଅବସ୍ଥାରେ କୋକସରା ଡାକ୍ତରଖାନା ରେ ଜଣେ ମୃତ୍ୟୁ ଘଟିଛି । ମୃତକ ହେଲେ କୋକସରା ବ୍ଲକ ନେଗିଗୁଡା ଗ୍ରାମର ବିର କିଶୋର ଗୋପାଳ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । କର୍ତବ୍ୟରତ ଜଣେ ସାମ୍ବାଦିକ ହିରଣ୍ୟ ବେହେରା ଗୁରୁତର ଙ୍କୁ ଉଦ୍ଧାର କରି ଆମୁଲେନ୍ସ ରେ କୋକସରା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ମୃତ ବ୍ୟକ୍ତି ଜଣକ ସାଇକେଲ ରେ ମୋଟର ପଟୁ ଫେରୁଥିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ। ବାଇକ ଚାଳକ ଗୁରୁତର ଥିବା ବେଳେ ତାଙ୍କ ଘର ଜୁନାଗଡ଼ ବ୍ଲକ ମହିଚଳା ବୋଲି ଜଣାପଡିଛି ।