ବାଇକ ଚଳାଇଲା କୁକୁର
ବେଳେବେଳେ ଏମିତି କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ, ଯାହା ସାଧାରଣ ଲୋକଙ୍କ ତଟସ୍ଥ କରିଦିଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଇକରେ ଦୁଇଜଣଙ୍କୁ ବସାଇ କୁକୁର ସାଜିଛି ଚାଳକ । କିନ୍ତୁ ଏଠି ପ୍ରଶ୍ନ ଆସେ ଯଦି ମଣିଷଙ୍କ କାର୍ଯ୍ୟ କୁକୁର କରିପାରେ ତେବେ ମଣିଷଙ୍କ ତୁଳନାରେ କୁକୁରର ଦକ୍ଷତା ମଧ୍ୟ କମ୍ ନୁହେଁ । କୁକୁର ବାଇକ ଚଳାଉଥିବା ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୁକୁରର ଗାଡ଼ି ଚଳାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ କୁକୁର ନିଜ ଗୋଡ଼ରେ ବାଇକ୍ ଚଳାଉଛି । ପୁଣି ନିର୍ଭୁଲ ଭାବେ ଗାଡ଼ିକୁ ନିୟନ୍ତ୍ରଣ ମଧ୍ୟ କରୁଛି । ରାସ୍ତାରେ ଯାଉଥିବା ଯାତ୍ରୀ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ କୌତୁକିଆ ମନ୍ତବ୍ୟ ଦେଇଛନ୍ତି । ଏଭଳି ଦୃଶ୍ୟ ଚୀନରେ ଦେଖିବାକୁ ମିଳିଛି ।


