ବାଇକ ଚୋରି ଘଟଣା ଜଣେ ଅଟକ

ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର): ବ୍ରହ୍ମପୁର ପୋଲିସ ଜିଲ୍ଲା କେ.ନୂଆଗାଁ ଥାନା ଚିକିଟୀ ପେଣ୍ଠ ସାନ ବଜାର ରୁ ଏକ ବାଇକ ଚୋରି ଘଟଣା ରେ ପୋଲିସ ଜଣ କୁ ଅଟକ ରଖିଛି | ଅଟକ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବଡ଼ କୁଶସ୍ଥଳୀ ଗ୍ରାମର ସିପୁନ କୁମାର ସାମଲ ବୋଲି ଜଣାପଡିଛି | ସେ ସେଠାରୁ ଆସି ପରିବାର ସହ ଚିକିଟୀ ରେ ଭଡା ଘରେ ରହି ଏ କାଣ୍ଡ କରିଥିବା ସୂଚନା ମିଳିଛି |ମିଳିଥିବା ସୂଚନା ପ୍ରକାରେ ଚିକିଟୀ ସାନ ବଜାର ସ୍ଥିତ ଏନ ଏ ସି ମାର୍କେଟ ନିକଟରେ ରହୁଥିବା ଟିଟୁ ସାହୁ OR 07 6138 ନମ୍ବର ନିଜ ବାଇକ ଟିକୁ ରାତ୍ରିରେ କିଓସ୍କ ବ୍ୟାଙ୍କ ବାହାରେ ରଖିଥିଲେ ସକାଳୁ ଉଠି ଦେଖିଲା ବେଳକୁ ଗାଡି ନାହି ଚାରିଆଡେ ଖୋଜା ଖୋଜି କରିବା ପରେ ପୋଲିସ ଅଭିଯୋଗ କ୍ରମେ ବାଇକ ଟିକୁ ବଡ କୁଶସ୍ଥଳୀ ସ୍ଥିତ ଏକ ଗୁହାଳ ଘରୁ ଉଦ୍ଧାର କରିବା ସହ ସିପୁନ କୁ ଆଣି ପଚରା ଉଚୁରା ଜାରି ରଖିଛି |ଏ ନେଇ କେସ ନମ୍ୱର 38/25 ରେ ଏକ ମାମଲା ରୁଜୁ କରି ଅଧିକ ତଥ୍ୟ ଅନୁସନ୍ଧାନ ଚାଲିଥିବା ଥାନା ଅଧିକାରୀ କିଶୋର କୁମାର ସାମଲ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ