ବାଇକ ଚୋର ରାକେଟ ଠାବ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): ସଦର ଥାନା ଅଚଂଳ ସମେତ ଟାଉନ ଥାନା ଅଂଚଳର ବିଭିନ୍ନ ସ୍ଥାନରୁ କିଛିଦିନ ଧରି ଗୋଟିଏ ପରେ ଗୋଟିଏ ବାଇକ ଚୋରୀ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଏସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ସଦର ଥାନା ପୋଲିସକୁ ଶେଷରେ ସଫଳତା ମିଳିଥିବା ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ୨୦ରୁ ଉର୍ଦ୍ଧ୍ୱ ଚୋରା ବାଇକ ଜବତ ହେବା ସହିତ ୨ଜଣ ବାଇକ ଲୁଟେରାଙ୍କୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିିଛି । ଆଗକୁ ବାଇକ ଚୋରୀ ସମ୍ପର୍କରେ ଆହୁରି ତଥ୍ୟ ମିଳିବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ଅଧିକ ସୂଚନା ମିଳିପାରିନାହିଁ ।