ଅଙ୍ଗନବାଡ଼ି କର୍ମୀ ଙ୍କ ଆନ୍ଦୋଳନ ସଫଳ
ଶେରଗଡ,(ବିଭୁ ପ୍ରସାଦ ଦାଶ): ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି ମହିଳା କର୍ମୀ ସଙ୍ଘଠନ ପକ୍ଷ ରୁ ଗତ ଅଗଷ୍ଟ ପହିଲାରୁ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲା ରେ ଅଙ୍ଗନବାଡ଼ି କର୍ମୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ଅଣ୍ଡା କମିଶନ କାରବାର କୁ ନେଇ ଅଙ୍ଗନବାଡ଼ି କର୍ମୀ ଙ୍କୁ ଅସୁବିଧା ରେ ପକାଇ ହଟହଟା କରିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ ମାସ ଠାରୁ ଅଗଷ୍ଠ ମାସ ଯାଏ ଏସ.ଏନ.ପି ଟଙ୍କା ଅଙ୍ଗନବାଡ଼ି କର୍ମୀ ଙ୍କ ମିଳିତ ବ୍ୟାଙ୍କ ଆକାଉଣ୍ଟ କୁ ଅନେକ କର୍ମୀ ଙ୍କ ଲକ୍ଷ ଲକ୍ଷ ଟଙ୍କା ନ ପଠାଇ ଚାପି ଦେବା ପରେ ଅଙ୍ଗନବାଡ଼ି କର୍ମୀ ମାନେ ବାଧ୍ୟ ହୋଇ କାଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହେବା ଫଳରେ ଏହି କୋଭିଡ଼ ଯୋଦ୍ଧା ଙ୍କ ଅଭାବ ରେ କୋଭିଡ଼ କାର୍ଯ୍ୟ ରେ ବ୍ୟତିକ୍ରମ ଦେଖା ଦେବା ସହ ଅଙ୍ଗନବାଡ଼ି କର୍ମୀ ମାନେ କାର୍ଯ୍ୟ ରେ ବାଧା ସୃଷ୍ଟି ହେବାରୁ କଥା ଯାଇ ଗଞ୍ଜାମ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଞ୍ଚି ଥିଲା। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବ୍ୟତିବ୍ୟସ୍ତ ହୋଇ ଏହା ର ସମାଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ସ୍ଥଗିତ କରି ସମାଧାନ ର ସୂତ୍ର ବାହାର କରିବାକୁ ଚିକିଟି ସିଡ଼ିପିଓ ଙ୍କୁ ଗତ ଶନିବାର ଦିନ ଶେରଗଡ଼ ବ୍ଲକ ପଠାଇ ଥିଲେ ।ସେ ଏଠାର ଅଙ୍ଗନବାଡ଼ି କର୍ମୀ ସଙ୍ଘଠନ କର୍ମକର୍ତ୍ତା ଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥଲେ। ଶେଷରେ ଅଙ୍ଗନବାଡ଼ି କର୍ମୀମାନେ ଅଡ଼ି ବସିଥିଲେ ଯେ,ସେମାନେ ସମସ୍ତେ ଟଙ୍କା ନ ପାଇଲା ଯାଏ କାର୍ଯ୍ୟ ରେ ଯୋଗ ଦେବେ ନାହିଁ।ପରିଶେଷ ରେ ତାହାହିଁ ହେଲା। ଆସନ୍ତା ସୋମବାର ସୁଦ୍ଧା ସମସ୍ତ ଟଙ୍କା ପଠାଇବାକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଲିଖିତ ପ୍ରତୁଶୃତି ପତ୍ର ଶେରଗଡ ଅଙ୍ଗନବାଡ଼ି ର କର୍ମକର୍ତ୍ତା ଙ୍କୁ ଦେବା ପରେ, ଅଙ୍ଗନବାଡ଼ି କର୍ମୀ ଙ୍କ ଆନ୍ଦୋଳନ ପ୍ରତ୍ୟାହାର କରାଗଲା ବୋଲି ସଙ୍ଘଠନ ସଭାନେତ୍ରୀ ରଞ୍ଜିତା ରଥ ଘୋଷଣା କରିଛନ୍ତି ।


