ବାଇକ ଡିକି ଭାଙ୍ଗି ୯୦ହଜାର ଲୁଟ ଅଭିଯୋଗ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ କିଛିଦିନ ହେଲା ଲୁଟେରାମାନେ ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଆସୁଥିବା ଲୋକମାନଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ଷଡଙ୍ଗ ପଞ୍ଚାୟତ ନସିରିପୁର ଗ୍ରାମର ଜଣେ ଅବସରପ୍ରାପ୍ତ କର୍ମଚାରୀ ହାଟଡିହି ବ୍ୟାଙ୍କରୁ ଟଙ୍କା ଉଠାଣକରି ବସନ୍ତିଆ ମାର୍କେଟ ଅଭିମୁଖେ ଯାଇଥିଲେ । ସେ ବାଇକ୍ ବାସ୍କେଟରେ ୯୦ହଜାର ଟଙ୍କା ଓ ବ୍ୟାଙ୍କ ପାସବୁକ ସମେତ ଅନ୍ୟାନ୍ୟ କାଗଜ ପତ୍ର ରଖିଥିଲେ । ଜଗନ୍ନାଥପୁର ନିକଟରେ ସେ ବାଇକଟିକୁ ରଖିଦେଇ ଜଣକ ସହିତ କଥା ହେଉଥିବା ସମୟରେ କେହି ଦୁର୍ବୁତ ବାସ୍କେଟକୁ ଭାଙ୍ଗିଦେଇ ଟଙ୍କା ଥିବା ବ୍ୟାଗଟିକୁ ନେଇଯାଇଥିଲେ । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ଥାନା ଏସ.ଆଇ ଅରୁପ ସାମଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାତ୍ର ଏଠାରେ ପ୍ରଶ୍ନ ଉଠେଯେ ଏତେ ସତର୍କତ୍ତା ପରେବି ଲୋକମାନେ କାହିଁକି ବାଇକ ଡିକିରେ ଟଙ୍କା ରଖୁଛନ୍ତି ତାହା ଜଣାପଡୁ ନାହିଁ । ଅନ୍ୟପକ୍ଷରେ ଗତ କିଛିମାସ ଭିତରେ ଏହିପରି ତିନି ଚାରୋଟି ଘଟଣା ଘଟିଯାଇଥିଲେ ମଧ୍ୟ ପୁଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁ ନାହିଁ । ଯାହାକି ପୁଲିସର ପାରିବା ପଣିଆରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।