ବାଇକ ଦୁର୍ଘଟଣାରେ ଦୁଇ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଆନନ୍ଦପୁର ଭଦ୍ରକ ରାସ୍ତାର ସିଙ୍ଗଡୋବ ଛକ ନିକଟରେ ଦୁଇଜଣ ବାଇକ ଆରୋହୀ ଦୁର୍ଘଟଣାର ଶୀକାର ହୋଇ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତର ସରିଦା ଗ୍ରାମର ବିଶ୍ୱନାଥ ନାୟକ ଓ ତାଙ୍କ ସମ୍ପର୍କୀୟ ପଚାଙ୍ଗ ଗ୍ରାମର ଅରୁଣ ନାୟକ ବାଇକ ଯୋଗେ ଆନନ୍ଦପୁର ଆଡକୁ ଯାଉଥିବାବେଳେ ଅସାବଧାନତା ବସତ ବାଇକଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏଥିରେ ଦୁଇଜଣଯାକ ଗୁରୁତର ଆହତ ହୋଇଥିଲେ । ଏହିସମୟରେ ବଞ୍ଚୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ ନିଜ ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ଥ ରୋଗୀଙ୍କ ଅବସ୍ଥା ଦେଖି ତୁରନ୍ତ ଦମକଳ ଡକାଇ ସେମାନଙ୍କୁ ଡାକ୍ତରଖାନା ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ