ବାଇକ ଦୁର୍ଘଟଣାରେ ଦୁଇ ଶିକ୍ଷକ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ସ୍କୁଲର ଦୁଇଜଣ ଶିକ୍ଷକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ କଳିଗାଁ ହାଇସ୍କୁଲର ଶିକ୍ଷକ ନିରାକାର ସେଠୀ ଓ ଟୁକୁନା ବେହେରା ଆଜି ଅପରାହ୍ନରେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ସମୟରେ ଚଣ୍ଡୀ ବିରଞ୍ଚିପୁର ନିକଟରେ ପଛପଟୁ ତାଙ୍କୁ ଅନ୍ୟଏକ ବାଇକ ଧକ୍କା ଦେଇଥିଲା । ଫଳରେ ଶିକ୍ଷକ ଦ୍ୱୟ ରାସ୍ତା ତଳକୁ ପଡିଯାଇ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ହାଟଡିହି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ