ବାଇକ ଦୁର୍ଘଟଣାରେ ଭାଇ ଭଉଣୀ ଆହାତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଥାନା ଅଧୀନ ଦଦରଲୁଣ୍ଡା ନିକଟରେ ଏକ ବାଇକ ଦୁର୍ଘଟଣାରେ ଭାଇ ଭଉଣୀ ଆହାତ ହୋଇଥିବା ଜଣାପଡିଛି। ଗ୍ରାମର ରାଜେଶ୍ବରୀ ଦିଗାଲ ଏବଂ ସାଗର ଦିଗାଲ ଆଜି ମଧ୍ୟାହ୍ନ ସମୟରେ ଏକ ଜେରକ୍ସ୍ ଦୋକାନରୁ ବାହାରକୁ ବାହାରୁଥିବା ସମୟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେବା ଫଳରେ ଉଭୟେ ଗୁରୁତର ଆହାତ ହୋଇଥିଲେ। ସେମାନଙ୍କୁ ଭଞ୍ଜନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ରାଜେଶ୍ବରୀର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ରେଫର କରାଯାଇଥିବା ଜଣାପଡିଛି।


