ବାଇକ ଦୁର୍ଘଟଣା ; ଅବସରପ୍ରାପ୍ତ ଶିକ୍ଷକ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ହସ୍ପିଟାଲ ରୋଡ଼ ମେଦିରି ସାହି ନିକଟରେ ବାଇକ ଦୁର୍ଘଟଣା ରେ ବଡଡୁମୁଳା ଗ୍ରାମ ବାଙ୍କେଶ୍ବରୀ ବିଦ୍ଯାପୀଠର ଜଣେ ଅବସରପ୍ରାପ୍ତ ଶିକ୍ଷକ ରବିବାର ଅପରାହ୍ନରେ ଗୁରୁତର ଆହତ ହୋଇଛନ୍ତି।ଆହାତ ଶିକ୍ଷକ ଜଣକ ହେଲେ ମୂରଲୀ ଧର ସ୍ବାଇଁ।ତାଙ୍କ ନିଜ ଘର ସଦର ଥାନା ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ହୋଇଥିବା ବେଳେ ସେ ବର୍ତ୍ତମାନ ଗୌତମୀ ଗ୍ରାମରେ ରହି ଆସୁଛନ୍ତି।ରବିବାର କୌଣସି କାମରେ ଦିଗପହଣ୍ଡି ସ୍ଥିତ ବଡ଼ ଖେମୁଣ୍ଡିି ହାଇସ୍କୁଲକୁ ଆସି ନିଜ ବାଇକରେ ଘରକୁ ଫେରିବା ବାଟରେ ଭାରସାମ୍ୟ ହରାଇ ସେ ବାଇକରୁ ପଡି ଯାଇଥିଲେ।ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଶିକ୍ଷକଙ୍କ ଡାହାଣ ଗୋଡ ଭାଙ୍ଗି ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେବାପାଇଁ ପରାମର୍ଶ ଦେଇଥିଲେ।ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନିଲ କୁମାର ମହାନ୍ତି ଆହତ ଶିକ୍ଷକଙ୍କ ଚିକିତ୍ସା ବ୍ଯବସ୍ଥା ତଦାରଖ କରିବା ସହ ନିଜ କାର ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇଥିବା ପ୍ରକାଶ।