ବାଇକ ଧକ୍କାରେ ଜଣେ ମୃତ
କଳାହାଣ୍ଡି, (ରଜନକୀକାନ୍ତ ମିଶ୍ର): କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଭୁର୍ଷାଗୁଡା ନିକଟରେ ଏକ ବାଇକ ଧକ୍କା ରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି।ସୂଚନା ମତେ ଭୁର୍ଷାଗୁଡା ଗ୍ରାମର ଉଦିତ ରଣା ନାମକ ଯୁବକ କୋୖଣସି କାର୍ଯ୍ୟରେ ବିଜୁ ଏକ୍ସପ୍ରେସରାସ୍ତା ଦେଇ ଯାଉଥିବାବେଳେ ଜୟପାଟଣା ଥାନା ଅନ୍ତର୍ଗତ ପାର୍ରିପଖାନ ର ଜଗନ୍ନାଥ ଦଳପତି ନାମକ ବାଇକ ଚାଳକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ।ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରି କୋକସରା ଡାକ୍ତର ଖାନା ନେବା ରାସ୍ତା ହିଁ ଉଦିତ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଅନ୍ୟପଟେ ବାଇକ ଚାଳକ ମଧ୍ୟ ଗୁରୁତ୍ୱ ଥିବାବେଳେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।