ବାଇକ ଧକ୍କାରେ ମହିଳା ଗୁରୁତର
ରାଇରଙ୍ଗପୁର ,(ଯୁଗାବ୍ଦ ନୁ୍ୟଜ୍) : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଶୋଇ ରାସ୍ତା ଭରଣ୍ଡିଆ ଠାରେ ବାଇକ ଧକ୍କାରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ପରିଚୟ ଲିପି ମହାଲି ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜୈନିକ ମହିଳା ଜଣକ ଘର ପାଇଁ ଜାଳେଣୀ ଆଣିବାକୁ ଯାଉଥିବା ସମୟରେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବାଇକ ଧକ୍କାରେ ମହିଳା ଜଣକ ଗୁୁରୁତର ଆହାତ ହୋଇଥିଲେ । ଗୋଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ମହିଳା ଆହାତଙ୍କୁ ବିଜାତଳା ଅଗ୍ନିଶମ ବିଭାଗ ବାହିନୀ ଉଦ୍ଧାର କରି ମହିଳାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ବାଇକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବା ସମୟରେ ଅଟକ ରଖି ବୁଝାମଣା କରୁଛନ୍ତି ।