ବାଇକ, ପିକଅପ ଦୁର୍ଘଟଣାର ଚିକିତ୍ସାଧୀନ ମହିଳା ଆଖି ବୁଜିଲେ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଗତ ୨୦ ମଇ ଦିନ ଅପରାହ୍ନରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର -ଗୋରୁମହିଷାଣୀ ର ସ୍ତା ଦୁବୁଲାବୈଡା ଛକରେ ବାଇକ, ପିକଅପ ଧକ୍କା ରେ ବାଇକ ଚାଳକ ତିରିଂ ଥାନା ଅନ୍ତର୍ଗତ ମଝିଗାଁର ଶିକ୍ଷକ କାଞ୍ଚନ ବାରିକ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବାରିକ ଦୁର୍ଘଟଣା ର ଶିକାର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଗୁରୁତର ହେବାରୁ ସେମାନଙ୍କୁ ଯାମସେଦପୁରର ଟାଟା ମେମୋରିଆଲ ହସପିଟାଲରେ ସେହିଦିନ ଭର୍ତ୍ତି କରାଯାଇ ଥିଲା । ଲକ୍ଷ୍ମୀ ବାରିକଙ୍କର ଗତକାଲି ‌ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଗତ ୨୦ ତାରିଖ ଦିନ ବାପଘର ସାନପାଖଣା ଗ୍ରାମକୁ ସ୍ୱାମୀଙ୍କ ସହ ବାଇକରେ ଆସି ନିଜ ଶ୍ଵଶୁର ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ