ବାଇଦେଇ ମହୋତ୍ସବ ର ଦ୍ୱିତୀୟ ସଂଧ୍ୟା ରେ ପାଇକ ଆଖଡ଼ା ନୃତ୍ୟ ମନମୋହିଲା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଗଡ ଅମରପ୍ରସାଦ ସ୍ଥିତ ସାଇ ମନ୍ଦିର ଠାରେ ପଞ୍ଚମ ବାର୍ଷିକ ବାଇଦେଇ ମହୋତ୍ସବ ର ଦ୍ୱିତୀୟ ସଂଧ୍ୟା ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇକ ଆଖଡ଼ା ଦର୍ଶକ ଓ ଅତିଥି ମାନଙ୍କୁ ବେଶ ଆମୋଦିତ କରିଥିଲା । ଶିକ୍ଷାବିତ ମନ ମୋହନ ଶର୍ମା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା, ଦିଲୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର ଓଝା, ଭଗବାନ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।୧୧ ଜଣ ସାମ୍ୱାଦିକ ଙ୍କୁ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଶେଷରେ ଜଟଣୀ ର ଆହେ ନୀଳ ଶଇଳ ଗ୍ରୁପ, ଖୋର୍ଦ୍ଧା ର ପାଇକ ଆଖଡ଼ା ଗ୍ରୁପ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଶହ ଶହ ଦର୍ଶକ ମହୋତ୍ସବ ରେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଚାରିଛକ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ