ବାଇପାସ ରୋଡ ପାଇଁ ଜିଲ୍ଲାପ୍ରଶାସନର ସଜବାଜ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ହୋଇଥିବା ବେଳେ ଏହି ସମସ୍ୟାକୁ ଦୁର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ଆଜି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ଦୀଲିପ କୁମାର ମହାରଣା ଏବଂ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତ କୁମାର ଜାନି ପୁଡୁଣି ଛକ ଠାରୁ ରାଣିପେଟା ପର୍ଯ୍ୟନ୍ତ ହେବାକୁ ଥିବା ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ନିର୍ମାଣ ହେବାକୁ ଥିବା ଏହି ରାସ୍ତା ପ୍ରାୟ ୯ କି.ମି ହୋଇଥିବା ପ୍ରଶାସନ ପକ୍ଷରୁ ସୁଚନା ମିଳିଥିବା ବେଳେ ଆଜି ତହସିଲ କର୍ମଚାରିଙ୍କ ସହ ଉଭୟ ଅଧିକାରି ପ୍ରାୟ ଦୁଇ ଘଣ୍ଟା ମ୍ୟାପ ଦେଖିବା ସହ କିଛି ସ୍ଥାନରେ ଟ୍ୟାପ ସାହାଜ୍ୟରେ ମପାଜୁପା ଆରମ୍ଭ କରିଥିଲେ । ଉକ୍ତ ରାସ୍ତା ମୋଟ ୯ ଟି ମୌଜା ଦେଇ ଯାଉଥିବା ବେଳେ ପାରଳାଖେମୁଣ୍ଡିର ୫ ଟି ଏବଂ ଗୁମ୍ମାବ୍ଲକର ୨ଟି ମୌଜା । ରାସ୍ତା ନିର୍ମାଣର ସମସ୍ତ ରିପୋର୍ଟ ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ଦିଆଯିବ ଏବଂ ଜିଲ୍ଲାପାଳ ଏହି ରିପୋର୍ଟକୁ ଅନୁମତି ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ । ରାଜ୍ୟ ସରକାର ଏହାକୁ ଅନୁମତି ପ୍ରଦାନ କରିବା ପରେ ଜମି ଅଧିଗ୍ରହ ପ୍ରକିୟା ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଏବଂ ଆସନ୍ତା ଏକ ବର୍ଷ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡିଛି ।