ବାଗ୍ପତ୍ରେ ତୈଳ ଭଣ୍ଡାର!

ଲକ୍ଷେ୍ନø(ଏଜେନ୍ସି): ଉତ୍ତରପ୍ରଦେଶ ବାଗ୍ପତ୍ ଜିଲ୍ଲା ସ୍ଥିତ କିରଠଲ ଅଞ୍ଚଳର ଭୂଗର୍ଭ ତଳେ ଏକ ଅଶୋଧିତ ତୈଳ ଭଣ୍ଡାର ଥିବା ଜାଣିବାକୁ ମିଳିଛି । ଉପଗ୍ରହ ମାଧ୍ୟମରେ ଏହି ଅଶୋଧିତ ତୈଳ ଭଣ୍ଡାରକୁ ଚିହ୍ନଟ କରାଯିବା ପରେ ଓଏନ୍ଜିସି ପକ୍ଷରୁ ଏକ ସାଇଣ୍ଟିଫିକ୍ ଟିମ୍ ଉକ୍ତ ଅଞ୍ଚଳକୁ ଯାଇ ଖନନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରାୟ ୩ କିମ ଅଞ୍ଚଳରେ ଯାଞ୍ଚ ଏବଂ ଖନନ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ସମୟ ମଧ୍ୟରେ କୋଲକତାରୁ ଓଏନ୍ଜିସିର ଆଉ ଏକ ଦଳ ଯାଇ ସେଠାରେ ପହଞ୍ôଚଛି । କୁହାଯାଉଛି ଯେ ଉକ୍ତ ଅଞ୍ଚଳରେ ୧ହଜାର ଫୁଟରୁ ମଧ୍ୟ ଅଧିକ ଗଭୀର ପର୍ଯ୍ୟନ୍ତ ଖନନ କରାଯିବ । ଏହି କ୍ରମରେ ଓଏନ୍ଜିସି ସେଠାରେ ଲୋକଙ୍କୁ କହି ପ୍ରାୟ ୧୭ ଏକର ଜମିରୁ ଗହମ ଫସଲ କାଟି ଯାଞ୍ଚ ଚଳାଇଛି । ୩ ଦିନ ପରେ ଏଠାରେ ବୋରୱେଲ କରାଯିବ । ଏଠାରେ ତୈଳ ଥିବା ସମ୍ଭାବନା ୯୫% କୁହାଯାଉଥିବାରୁ ତୈଳ ମିଳିବା ଆଶା ସଞ୍ଚାର ହୋଇଛି । ଗତ ଶୁକ୍ରବାର ଓଏନ୍ଜିସି କର୍ତ୍ତୃପକ୍ଷ ଏଠାରେ ଏକ ୧୭ଠ ଫୁଟ୍ର ବୋରୱେଲ କରିଥିଲା । ସେଠାରେ ବିସ୍ଫୋରଣ କରି ନମୁନା ସଂଗ୍ରହ କରାଯାଇଥିଲା । ଆଖପାଖ ଲୋକଙ୍କୁ ଉକ୍ତ ଜମିକୁ ଯିବାକୁ ମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ