ବାଘଛାଲ ବିକ୍ରି ଡିଲ ବେଳେ ମାଡିବସିଲା ଏସଟିଏଫ।

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଏମ୍ ରାମପୁରର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ବାଘ ଓ ହରିଣ ଚାଲ ବେପାର କରୁଥିବା ବେପାରୀ ଖଗେଶ୍ୱର ପୁଟେଲଙ୍କୁ ଗିରଫ କରିଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ ଟି କଲରାପତରିଆ ବାଘ ଛାଲ ଓ ୩ ହରିଣ ଛାଲ ଜବତ ହୋଇଛି । ଚୋରାଚାଲାଣ ଖବର ପାଇ ମାଡିବସିଥିଲା ଏସଟିଏଫ୍ ।ସେହିପରି ଏହି ଘଟଣାରେ ଏସଟିଏଫ୍ ଅଧିକ ଖୋଳତାଡ ଜାରି ରଖିଛି। କେଉଁ ବ୍ୟକ୍ତି ମାନଙ୍କୁ ବିକ୍ରି କରିବା ପାଇଁ ଅଭିଯୁକ୍ତ ନେଉଥିଲା ଓ କେଉଁ ଜଙ୍ଗଲରୁ ଉକ୍ତ ବନ୍ୟ ଜନ୍ତୁ ଙ୍କୁ କେବେ ମରାଯାଇଛି ତାହା ତଦନ୍ତ ଚାଲିଛି। ଡେରାଡୁନ ଫୋରେନ୍ସସିକ ଲେବ୍ କୁ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଏସଟିଏଫ ଅଧିକାରୀ କହିଛି।
ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ କୌଣସି ସୂତ୍ରରୁ ଖବର ପାଇ ସାଧା ପୋଷାକରେ ଏସଟିଏଫ ଚଢାଉ କରି ବାଘଛାଲ ବେପାରୀକୁ କାବୁ କରି ତା ପାଖରୁ ୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ କରାଯାଇଛି ।
ବାଘ ଓ ହରିଣ ଛାଲ ଜବତ କରିବା ସହ ବେପାରୀ ଖଗେଶ୍ୱର ପୁଟେଲକୁ ଗିରଫ କରିଛି ଓ ତାକୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ