ବାଘୁଆ ନଦୀ ଉପରେ ବିଜୁ ସେତୁ ଉଦଘାଟିତ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ଭାମଶ୍ୟାଳି ପାଞ୍ଚାୟତକୁ ଯିବାପାଇଁ ବାଘୁଆ ନଦୀ ଉପରେ ବିଜୁ ସେତୁକୁ ଶୁକ୍ରବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରି ଲୋକାର୍ପଣ କରିଛନ୍ତି। ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଜୁ ସେତୁ ଆନୁକୂଲ୍ୟରେ ଭାମଶ୍ୟାଳି – ଗୋଲିଆ ରାସ୍ତାର ପ୍ରଥମ ଭାଗରେ ବାଘୁଆ ନଦୀ ଉପରେ ଏହି ସେତୁ ନିର୍ମାଣ ହେବା ଦ୍ୱାରା ବିଶେଷ ଭାବେ ଭାମଶ୍ୟାଳି ପାଞ୍ଚାୟତ ଜନସାଧାରଣ ଉପକୃତ ହୋଇପାରିବା ସହ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ କୁ ଯିବାକୁ ସୁଗମ ହୋଇପାରିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ , ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ମଦନ ଗୋପାଳ ଦୋରା, ସୁନୀଲ କୁମାର ପାଢୀ, ଖଦାଳ ଖଟେଇ, ସୁରେନ୍ଦ୍ର ବରାଡ଼, ସୀମାଞ୍ଚଳ ରଥ,ସୁରେନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ