ବାଘୁଆ ନଦୀ କୂଳିଆ ଗ୍ରାବମବାସୀଙ୍କୁ ସତର୍କ ସୂଚନା

ବୁଗୁଡା, (ଅନିଲ ମହାରଣା):ବାତ୍ୟା ଗୋଲାବ ପ୍ରଭାବ ଦ୍ୱାରା ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବୁଗୁଡା ନିକଟ ବାଘୁଆ ମଧ୍ୟମ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୧୧୩.୮୫ ମି. ଥିବାବେଳେ ବର୍ତ୍ତମାନ ୧୧୨.୦୮ ମି. ଜଳ ରହିଅଛି। ଯଦି ଅଧିକ ବର୍ଷା ହୁଏ ତେବେ ବାଘୁଆ ଜଳଭଣ୍ଡାରରୁ ବନ୍ୟା ଜଳ ବାଘୁଆ ନଦୀକୁ ନିଷ୍କାସନ କରାଯିବ। ଯାହା ଫଳରେ ବାଘୁଆ ନଦୀର ଜଳସ୍ତର ବୃଦ୍ଧି ପାଇବ। ଯେକୌଣସି ସମୟରେ ଜଳଭଣ୍ଡାରରୁ ନଦୀକୁ ବନ୍ୟାଜଳ ଛାଡିବାର ସମ୍ଭାବନା ଥିବା ଯୋଗୁଁ ବାଘୁଆ ନଦୀ କୂଳରେ ଅବସ୍ଥିତ ଗ୍ରାମବାସୀ ବୃନ୍ଦ ସତର୍କ ରହିବା ସହ ଗୃହ ପାଳିତ ପ୍ରାଣୀମାନଙ୍କୁ ନଦୀକୁ ନଛାଡିବା ପାଇଁ ବାଘୁଆ ଜଳଭଣ୍ଡାର ଉପପ୍ରଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଷ୍ଣୁ ଚରଣ ସାହୁ ଘୋଷଣା କରିଛନ୍ତି। ଏଥିସହ ଲୋକଙ୍କୁ ସତର୍କ କରିବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱାରା ମଧ୍ୟ ସଚେତନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ