ବାଘ କାହିଁକି ହରିଣକୁ ସହଜରେ ଶିକାର କରିନିଏ?

ବାଘର ଶିକାର ହେଉଛି ହରିଣ । ହରିଣଙ୍କୁ ବାଘ ଖୁବ୍ ସହଜରେ ଶିକାର କରିନିଏ । ଏହାର କାରଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା । ଇଂଲଣ୍ଡର ବୈଜ୍ଞାନିକ ଡ. ଫେନେଲଙ୍କ ଅନୁସାରେ ହରିଣ କେବଳ ନୀଳ ଏବଂ ସବୁଜ ରଙ୍ଗକୁ ଚିହ୍ନିପାରେ । ତେଣୁ ଏହାର ଫାଇଦା ଉଠାଇନିଏ ବାଘ । କାରଣ ବାଘର ରଙ୍ଗ କମଳା ବା ନାରଙ୍ଗୀ । ଯାହା ହରିଣକୁ ସବୁଜ ଦେଖାଯାଏ । ତେଣୁ ଶିକାରୀ ବାଘ ଆସୁଥିବା ବାରିପାରେନାହିଁ । ଷ୍ଟିମିଲ୍ୟୁଟିଙ୍ଗ୍ ପରୀକ୍ଷା କରାଯିବାରୁ ଜଣାପଡ଼ିଛି, ଡାଇକ୍ରୋମେଟ୍ସ ଯୋଗୁ ହରିଣମାନେ ବିଶେଷକରି ଦୁଇଟି ରଙ୍ଗ ବାରିପାରନ୍ତି । ସେହିପରି ବାଘର ରଙ୍ଗ କାହିଁକି କମଳା ହୋଇଛି ଏନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଫିୟୋମିଲେନିନ୍ ନାମକ ଏକ ରାସାୟନିକ ପଦାର୍ଥ ଯୋଗୁ ବାଘର ରଙ୍ଗ ନାରଙ୍ଗୀ ହୋଇଥାଏ । ବାଘ ମଧ୍ୟ ତିନୋଟି ରଙ୍ଗକୁ ସହଜରେ ଚିହ୍ନିପାରେ । ହଳଦିଆ, ସବୁଜ ଏବଂ ନୀଳ । ଯେଉଁଥି ପାଇଁ ଖୁବ୍ ସହଜରେ ସେ ହରିଣ ଶିକାର କରିବାରେ ସଫଳ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ