ବାଙ୍କୀରେ ଡବଲ ମର୍ଡର

ବାଙ୍କୀ : କଟକ ଜିଲ୍ଲା ଖଜୁରିପଦା-ନୁଆଗାଁରେ ଡବଲ ମର୍ଡର । ମର୍ଡରରେ ଗଡିଲା ସଂରପଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀଙ୍କର ମୁଣ୍ଡ ।ଏଭଳି ଘଟଣାକୁ ନେଇ ଅଂଚଳରେ ଉତେଜନା ଜାରୀ ରହିଛି । ମିଳିଥିବା ଖବର ଅନୁଯାୟୀ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀ କାମ ସାରି ଘରକୁ ଫେରୁଥିବା ସମୟରେ ଯୋକଲାଞ୍ଜିଠାରେ ଶନିବାର ଅପରାହ୍ନ ସାଢେ ୨ ଟା ସମୟରେ ଦୁର୍ବୁତ୍ତ ମାନେ ଗୋଡାଇ ଗୋଡାଇ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ହତ୍ୟାର ଶିକାର ହୋଇଥିବା ଖଜୁରିପଦା-ନୂଆଗାଁର ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ବୋଲି ଜଣାପଡିଛି । ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ୨ ଜଣଙ୍କ ୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତିକରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବୈଦେଶ୍ୱର ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ରାଜନୈତିକ କାରଣରୁ ହତ୍ୟା କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ