ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  ବି . ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖର ରେ ଅବସ୍ଥିତ ମାଁ ନିଜ ବାଙ୍କେଶ୍ଵରୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା ପାଇଁ ଯାଉଥିବା ଏକ ପିକଅପ ଭ୍ଯାନ୍ ଶୁକ୍ରବାର ସକାଳେ ଘାଟି ରାସ୍ତା ରେ ଦୁର୍ଘଟଣା ଘଟିଛି।ଏହି ମର୍ମନ୍ତୁଦ ଦୁର୍ଘଟଣା ରେ  ଜଣେ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।ଆହାତ ମାନଙ୍କୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ  ଖଇରପଙ୍କ ଗ୍ରାମର ଲିଙ୍ଗା କନିୟାରୀ (୪୨) ବୋଲି ଖବର ମିଳିଥିବା ବେଳେ ଗୁରୁତର ଆହାତ ମାନେ ହେଲେ ଗଡଗୋବିନ୍ଦପୁର ପଞ୍ଚାୟତ ଧାନ୍ଯରାଶି ଗ୍ରାମର ବୃନ୍ଦା କନିୟାରୀ , ଭାଗ୍ଯଲତା ବାଡତ୍ୟା , ରମ୍ଭା ପ୍ରଧାନ , ଏଲ୍ . ଦମୟନ୍ତୀ  । ଖବର ଅନୁସାରେ ଶୁକ୍ରବାର ସକାଳୁ ଖଇରପଙ୍କ ଗ୍ରାମର ଡି . ଜାଗିଲିଙ୍କ ପୁଅର ମାନସିକ ପୂଜା କାର୍ଯ୍ୟ ସହ  ମୁଣ୍ଡନ ନିମନ୍ତେ ଏକ ପିକଅପ ଭ୍ଯାନ୍ ରେ ପର୍ବତ ଶିଖର ରେ ଥିବା ମାଁ ନିଜ ବାଙ୍କେଶ୍ଵରୀ ପୀଠକୁ ଯାଉଥିଲେ । ତେବେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ପିକ୍ ଅପ୍ ଭ୍ୟାନ ଟି  ଘାଟି ରାସ୍ତାର ପିଲିକାଢିଅ ଗ୍ରାମ ନିକଟସ୍ଥ ମଗୁରମା ନାଳ ବୁଲାଣି ରାସ୍ତାରେ  ଭାରସାମ୍ୟ ହରାଇ ଓଲଟି ପଡିଥିଲା ।  ଏଥିରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ  ଆହତ ହୋଇଥିଲେ । ଖବର ପ୍ରଚାରିତ ହେବା ପରେ ନିକଟସ୍ଥ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ଉପସ୍ଥିତ ଡାକ୍ତର ଗୁରୁତର ଆହାତ ଲିଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଗୁରୁତର ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଦିଗପହଣ୍ଡି ଥାନା ପୋଲିସ ଏନେଇ ମକଦ୍ଦମା ରୁଜୁ କରିବା ସହ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି  ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼
ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ମୃତଦେହ ର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୋଲିସ ଦୁର୍ଘଟଣା ଗସ୍ତ ପିକ ଅପ୍ ଭ୍ୟାନ କୁ ଜବତ କରିଛନ୍ତି।ଚାଳକ ଫେରାର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ