ବାଙ୍ଗୋର ଓଏମସି ପକ୍ଷରୁ ପକ୍ଷରୁ ଚାଲିଥିବା ଯୁବ କ୍ରୀଡା ଉତ୍ସବ-୨୦୨୩ ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବାଙ୍ଗୋର ଓଏମସି ପକ୍ଷରୁ ବାଙ୍ଗୋର ଖେଳପଡ଼ିଆ ଠାରେ ଦୁଇଦିନ ଧରି ଚାଲିଥିବା ଯୁବ କ୍ରୀଡା ଉତ୍ସବ-୨୦୨୩ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୋସୋ ଥାନା ଆଇ.ଆଇ.ସି ବିଜୟ କୁମାର ବିହାରୀ ଯୋଗଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ମାଇନ୍ସ ମ୍ୟାନେଜର ସୁଶାନ୍ତ କୁମାର ନାୟକ, ମ୍ୟାନେଜର ମନ୍ମଥ ବେହେରା, ମ୍ୟାନେଜର ଦେବାଶିଷ ନାୟକ, ସୁରକ୍ଷା ଅଧିକାରୀ ସୋମନାଥ ହୋତା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କ୍ରିକେଟ, ଦୌଡ଼, କବାଡି, ଫୁଟବଲ, ଖୋଖୋ ଭଳି ଅନେକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବସନ୍ତ ପଢ଼ିଆରୀ, ମହେଶ ଚନ୍ଦ୍ର ବାରିକ, ସୁବୋଧ କୁମାର ପଣ୍ଡା, ଦୀପକ ପୃଷ୍ଟି, ଅକ୍ଷୟ ମଲ୍ଲିକ, ମହେଶ୍ୱର ସାହୁ ଖେଳ ପରିଚାଳନା କରିଥିଲେ। ସିଏସଆର ମଧୁସ୍ମିତା ଦାସ, ମ୍ୟାନେଜର ବ୍ରଜ ମୋହନ ମହାନ୍ତି, ମ୍ୟାନେଜର ସୁକାନ୍ତ କୁମାର ବିଶ୍ବାଳ, ଅଶୋକ କୁମାର ସ୍ୱାଇଁ, ମ୍ୟାନେଜର (ଏଚ ଆର)ପିଙ୍କି ହେମ୍ରମ, ମ୍ୟାନେଜର ସୁମନ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ବଙ୍ଗୋର ଓ ଧନୁର୍ଜୟପୁର ପଞ୍ଚାୟତ ର ୧୮ରୁ ୨୪ ବର୍ଷ ବୟସର ଯୁବକ ମାନେ କ୍ରୀଡା ଉତ୍ସବରେ ସାମିଲ ହୋଇଥିଲେ। ଓଏମସିରେ କାର୍ଯ୍ୟରତ ଜି-୪ଏସ ସିକ୍ୟୁରିଟ ସଂସ୍ଥାର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ