ବାଚସ୍ପତିଙ୍କ ନିକଟରେ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଓଡ଼ିଆ ଭାଷା, ସଂସ୍କୃତି ଓ ଅବହେଳିତ ଅବସ୍ଥାରେ ଥିବା ଓଡ଼ିଆମାଧ୍ୟମ ବିଦ୍ୟାଳୟ ଗୁଡ଼ିକର ସୁରକ୍ଷା ଓ ସୁଧାର ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପତ୍ର ଲେଖି ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ଦାବି କରିଛନ୍ତି । ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମ ବଙ୍ଗଳା ଓ ଆନ୍ଧ୍ରର କିଛି ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ମାଧ୍ୟମ ସ୍କୁଲ୍ ପିଲାମାନଙ୍କୁ ବହିପତ୍ର ରାଜ୍ୟ ସରକାର ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଯୋଗାଇ ଦିଆଯାଇଛି । ଝାଡଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ କିଛି କିଛି ଜାଗାରେ ପିଲାମାନଙ୍କୁ ପାଠ୍ୟପୁସ୍ତକ ଯୋଗାଣ ହୋଇଛି । ମାତ୍ର ବହୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାସିକ ମାତ୍ର ୩ ହଜାର ଟଙ୍କା ଦରମାରେ ଓଡ଼ିଆ ଭାଷା ପଢାଇବା ପାଇଁ ନିଯୁକ୍ତି ଦିଆଯାଇଛି ଯାହାକି ଆଜିର ମହଙ୍ଗା ଯୁଗରେ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ପାଇଁ ଆଦି ø ଗ୍ରହଣୀୟ ନୁହେଁ । ଏହିସବୁ ରାଜ୍ୟରେ ବିିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଅମାନେ ନିଜର ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବାରଦୁଆର ଷୁଣ୍ଢିପିଣ୍ଡା ହେଉଛନ୍ତି । ସେହିସବୁ ରାଜ୍ୟ ସରକାରଙ୍କର ଓଡ଼ିଆଭାଷା ଓ ସଂସ୍କୃତି ପ୍ରତି ବୈମାତୃକ ମନୋଭବ ବେଶ୍ ଉଦ୍‌ବେଗଜନକ । ତେଣୁ ଏହିସବୁ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆମାନଙ୍କର ଭାଷା ସଂସ୍କୃତିର ସୁରକ୍ଷା ଓ ଏ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆମ ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀମାଙ୍କ ଭଳି ନିୟମିତ ଦରମା ଦେବା, ସେହିସବୁ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ହାଇସ୍କୁଲ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଶ୍ରୀ ବେହେରା ତାଙ୍କର ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ବିଧାନସଭାର ‘ଗୃହ କମିଟି’ ଏହିସବୁ ଅଞ୍ଚଳ ଗ୍ରସ୍ତ କରି ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବେହେରା ‘ଗୃହ କମିଟି’ର ମାନ୍ୟବର ସଦସ୍ୟମାନଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଆଗାମୀ ପାର୍ଲାମେଣ୍ଟ ଅଧିବେଶନ ସମୟରେ ରାଜ୍ୟର ସାଂସଦମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏ ବିଷୟ ନେଇ ଆଲୋଚନା କରି ପଦକ୍ଷେପ ନେବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଶ୍ରୀ ବେହେରା ତାଙ୍କର ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ