ବାଛୁରୀ ଚାଲାଣକୁ ନେଇ ବିବାଦ
ହାଟଡିହିି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଧିନସ୍ଥ ଛେନାପଦି ଛକରେ ଏକ ବାଛୁରୀ ଚାଲାଣକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ପୁଲିସ ଅଟୋକୁ ଜବଦ କରି ତଦନ୍ତ ଆରମ୍ଭ କରିଛି । ସୁଚନାରୁ ଜଣାଯାଇଛି ଯେ ଆଜି ମଧ୍ୟାହ୍ନରେ ଛେନାପଦିଛକରେ ବୁଲୁଥିବା ଏକ ବାଛୁରୀକୁ ଶାସଙ୍ଗ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ବାଛୁରୀ କହି ଏକ ଅଟୋରେ ନେଇଯିବାକୁ ବସିଥିବାବେଳେ ଛେନାପଦି ଗ୍ରାମର କିଛି ଯୁବକ ଏହାକୁ ବିରୋଧ କରିଥିଲେ । ଏହି ବାଛୁରୀଟି ଛେନାପଦି ଗ୍ରାମର ଗଗନ ଜେନାଙ୍କ ବାଛୁରୀ ବୋଲି ଗଗନ ଦାବି କରିବା ସହିତ ସେହି ଅଟୋରେ ବାଛୁରୀଟିକୁ ନିଜ ଗ୍ରାମ ଛେନାପଦିକୁ ନେଇ ଯାଇଥିଲେ । ତାଙ୍କ ବାଛୁରୀକୁ ବାହାରକୁ ଚାଲାଣ କରାଯାଉଥିବା ଗଗନ ଅଭିଯୋଗ କରିଥିଲେ । ପରେ ସେ ଏନେଇ ପୁଲିସକୁ ଜଣାଇବା ପରେ ନନ୍ଦିପଦା ପୁଲିସ ପହଞ୍ଚି ଅଟୋକୁ ଜବଦ କରିବା ସହ ଚାଳକକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।