ବାଜପେୟୀଙ୍କ ଦ୍ୱାରା ଆଇଓସିଏଲ୍ ଶିଳାନ୍ୟାସ ସ୍ମୃତିକୁ ଉଜ୍ଜୀବିତ କରି ରଖାଯାଉ
ପାରାଦୀପ , (ଯୁଗାଦ୍ଦ ନ୍ୟୁଜ) : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱନାମଧନ୍ୟ କବି ଅଟଳ ବିହାରୀ ବାଜପେୟୀ ପାରାଦ୍ୱୀପ ଆଇଓସିଏଲ୍କୁ ମେ ୨୪ ତାରିଖ ୨୦୦୦ ମସିହାରେ ଶୁଭ ଶିଳାନ୍ୟାସ କରିଥିଲେ । ଏହି ଶୁଭ ଶିଳାନ୍ୟାସ ଉତ୍ସବରେ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ୨୦୧୬ ମସିହା ଫେବୃଆରୀ ୭ ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ଏହି ବୃହତ୍ ତୈଳ ବିଶୋଧନାଗାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହା ଫେବୃଆରୀ ୭ ତାରିଖରେ ଦେଶ, ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ବୃହତ୍ ପ୍ରକଳ୍ପକୁ ଦେଶ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଏହି ପୂର୍ବଭାରତ ହିଁ ବିକାଶର ଦ୍ୱାର ଦେଶ ହେବ ବୋଲି କହିଥିଲେ । ହେଲେ ଦୁଃଖର କଥା ଆଇଓସିଏଲ୍ର ଏହି ଶିଳାନ୍ୟାସ ହୋଇଥିବା ଶିଳାଖଣ୍ଡ ଆଜି ଅସୁରକ୍ଷିତ ହୋଇପଡିଛି । ଏହାର ସଜଳ ସ୍ମୃତିକୁ ସୁରକ୍ଷିତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଆଇଓସିଏଲ୍ କତୃପକ୍ଷ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଦେବାକୁ ସୋସାଇଟି ଚେଞ୍ଜରର୍ସ ସଭାପତି ସାରଦା ପ୍ରସାଦ ଦାସ, ସମାଜସେବୀ ନିତ୍ୟାନନ୍ଦ ସ୍ୱାଇଁ, ଉମାକାନ୍ତ ପରିଡା ପ୍ରମୁଖ ଦାବୀ କରିଛନ୍ତି ।