ବାଜପେୟୀଙ୍କ ପୁଣ୍ୟତିଥି ପାଳିତ
ନାଉଗାଁ,(ୱାଇଏନ୍ଏସ୍): ନାଉଗାଁ ବ୍ଳକ ଘୋଡାଂଶ ପଂଚାୟତ ଘୋଡେଶ୍ୱର ମହାଦେବଙ୍କ ପୀଠ ପରିସରରେ ମହାନ ରାଷ୍ଟ୍ର ନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୩ୟ ପୁଣ୍ୟତିଥି ଉପଲକ୍ଷେ ସୋମବାର ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ବାଜପେୟୀ ସ୍ମୃତି ପରିଷଦର ସଭାପତି ମାନସ ରଂଜନ ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସଂପାଦକ ଭିକାରୀ ସ୍ୱାଇଁ, ଆଇନିଜୀବ ପ୍ରର୍ଶୁରାମ ରାଉତ, ପ୍ରବୋଧ ମହାନ୍ତି, ସୁର୍ଦଶନ ମଲ୍ଲିକ, ଜ୍ଞାନରଂଜନ ପରିଡା, ରୋହିତ ନାୟକ, ଗୁରୁଚରଣ ପରିଡା, ପ୍ରତାପ ପରିଡା ପ୍ରମୁଖ ଯୋଗ ଦେଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।


