ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ

ନାଉଗାଁ,(ୱାଇଏନ୍‌ଏସ୍‌): ନାଉଗାଁ ବ୍ଳକ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନାଉଗାଁ ସବୁଜ ସେନା ପକ୍ଷରୁ ଚାରାରୋପଣ କରାଯାଇଛି । ସବୁଜ ସେନାର ସୈନିକ ବିଭୁତି ଭୁଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ବେହେରା ଯୋଗ ଦେଇ ଚାରାରୋପଣଙ୍କୁ ଶୁଭାରମ୍ଭ କରିବା ସହିତ ବର୍ତମାନ ବଂଚିବା ପାଇଁ ବୃକ୍ଷରୋପଣ ହିଁ ସର୍ବଶ୍ରେଷ୍ଠ ପନ୍ଥା ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିତେନ୍ଦ୍ର କୁମାର ଲେଙ୍କା, ରାଧାକାନ୍ତ ମହାନ୍ତି, ପ୍ରକୃତି ପ୍ରେମୀ ଡଃ. ଅରୁଣ ରାଉତ ପ୍ରମୁଖ ଯୋଗ ଦେଇ ସବୁଜ ସେନାର ଉତରୋତର ସଫଳତା କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବୁଜ ସେନାର ସୈନିକ ଚନ୍ଦନ କୁମାର ଲେଙ୍କା, ଦେବଜ୍ୟୋତି ମହାନ୍ତି, ଉମେଶ ମହାପାତ୍ର, ଅକ୍ଷୟ ରାଉତ, ଶଙ୍କର ମହାପାତ୍ର, ଲିପୁନା ସ୍ୱାଇଁ ରାଧାକାନ୍ତ ଲେଙ୍କା ପ୍ରମୁଖ ସାମିଲ ହୋଇ ନିମ୍ବ, ଆମ୍ବ,କରଂଜ, ଅଶୋକ, ରାଧାଚୂଡା ଆଦି ଚାରା ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ