ବାଜପେୟୀ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

(ଯୁଗାବ୍ଦ ନ୍ୟୁଜ)ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଭାରତୀୟ ଜନତା ପାର୍ଟି ତରଫରୁ ତାଙ୍କର ସ୍ମାରକୀ ‘ସଦୈବ ଅଟଳ’ ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଗଷ୍ଟ ୧୬ ତାରିଖ ଦିନ ୯୩ ବର୍ଷ ବୟସରେ ସେ ଏମ୍ସ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ କାର‌୍ୟ୍ୟକାରିଣୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ଅନ୍ୟ ନେତୃବୃନ୍ଦ ବାଜପେୟୀଙ୍କ ସ୍ମାରକୀପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଦଳର ପ୍ରତ୍ୟେକ ସଭ୍ୟ କାମ କରିବାକୁ ଆହ୍ୱାନ ଦିଆଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ