୭ ମାସ ଶିଶୁ ପେଟର ଭ୍ରୂଣାକୃତି ଟ୍ୟୁମରର ସଫଳ ଅସ୍ତ୍ରୋପଚାର
ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ସଫଳତାରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଏଠାରେ ୭ ମାସ ଶିଶୁର ପେଟରୁ ସଫଳତାର ସହିତ ଭ୍ରୂଣାକୃତି ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଛି । ଏହି ଶିଶୁ ପଶ୍ଚିମବଙ୍ଗର ଆବିର୍ ମଣ୍ଡଳ । ତାର ପେଟ ଫୁଲି ଯିବାରୁ ସେ ମଣିପାଲ ହସ୍ପିଟାଲକୁ ଆସିଥିଲା । ହସ୍ୱିଟାଲର ଶିଶୁରୋଗ ବିଶେଷଜ୍ଞ ଏବଂ ୟୁରୋଲୋଜିଷ୍ଟ ତଥା ଏଚଓଡ଼ି ଏବଂ କନସଲଟାଂଟ୍ ଡାକ୍ତର ରାଧାକ୍ରିଷ୍ଣ ଏହାକୁ ଚିହ୍ନଟ କରି ପରେ ଅପରେଶନ୍ କରିଥିଲେ । ଏ ସମ୍ପର୍କରେ ଡାକ୍ତର ରାଧାକ୍ରିଷ୍ଣ କୁହନ୍ତି, ଶିଶୁର ପିତାମାତା ମୋ ସହିତ ପରାମର୍ଶ କରିଥିଲେ । ତାର ତଳିପେଟରେ ଫୁଲା ରହିଥିଲା । ଏହା ଜର୍ମ ସେଲ୍ରୁ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଏହାକୁ ଭ୍ରୂଣ ଭିତରେ ଭ୍ର୍ରୂୁଣ କୁହାଯାଇଥାଏ । ଏହା ଜମଜ ହୋଇଥିଲେ ମଧ୍ୟ ଏକ ପାରାସାଇଟ୍ ଭାବେ ବଢ଼ିଥିଲା । ଏହା ନିକଟରେ ପାକସ୍ଥଳୀ, ପ୍ୟାନକ୍ରିଜ୍ ଏବଂ କ୍ଷୁଦ୍ରାନ୍ତ ସହିତ ସଂଯୁକ୍ତ ମୁଖ୍ୟ ରକ୍ତବାହୀ ନଳୀ ଥିଲା । ତେବେ ଏହାକୁ ସଫଳତାର ସହିତ ଅପରେଶନ୍ କରାଯାଇ ପାରିଥିବାରୁ ଆମେ ବେଶ୍ ଖୁସି । ଏଭଳି ସ୍ଥିତି ଶହ ଶହଙ୍କ ମଧ୍ୟରେ ଜଣେଙ୍କ ଠାରେ ପ୍ରାୟ ଦେଖିବାକୁ ମିଳିଥାଏ । ଏନେଇ ଆବିର୍ଙ୍କ ପିତାମାତା କୁହନ୍ତି, ଏହା ଭଗବାନଙ୍କ ଆଶ୍ରିର୍ବାଦ ଯୋଗୁ ସମ୍ଭ ହୋଇ ପାରିଛି । ଏବେ ଆମେ ଖୁସିରେ ପଶ୍ଚିମବଙ୍ଗ ଫେରିଯିବୁ । ଆମେ ଏଥି ପାଇଁ ଡାକ୍ତର ରାଧାକ୍ରିଷ୍ଣ ଏବଂ ତାଙ୍କୁ ସହାୟତା କରିଥିବା ଡାକ୍ତରୀଦଳଙ୍କ ନିକଟରେ ବେଶ କୃତଜ୍ଞତା ଜ୍ଞାପନ କରୁଛୁ । ସେମାନେ ଆମ ପୁଅକୁ ଏକ ନୂଆ ଜୀବନ ଦେଇଛନ୍ତି । ସୂଚନାଯୋଗ୍ୟ, ମଣିପାଲ ହସ୍ପିଟାଲ ୨ ନିୟୁତରୁ ଅଧିକ ରୋଗୀଙ୍କୁ ବିଶ୍ୱାସନୀୟ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇଥାଏ । ଏହାର ୭ଟି ଟେରିଟୋରୀ କେୟାର, ୫ଟି ସେକେଣ୍ଡାରୀ କେୟାର, ୨ଟି ପ୍ରାଇମେରୀ କେୟାର ସୁବିଧା ରହିଛି । ଏହାର ୧୫ଟି ହସ୍ପିଟାଲରେ ୫,୯୦୦ରୁ ଅଧିକ ବେଡ୍ ରହିଛି ।


