ବାଜପେୟୀ ଜୟନ୍ତୀରେ ଜିଲ୍ଲା ବିଜେପିର ସୁଶାସନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଜୀଙ୍କ ୯୭ତମ ଜୟନ୍ତୀକୁ “ସୁଶାସନ ଦିବସ” ଭାବେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ୧୫ ହଜାରରୁ ଅଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ । କେନ୍ଦ୍ର ଆଦିବାସୀ ଉନ୍ନୟନ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଜପେୟୀ ଜୀଙ୍କ କାଳର ସୁଶାସନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ରାଜ୍ୟର ନବୀନ ସରକାରଙ୍କ ଦୁର୍ନୀତିପୂର୍ଣ୍ଣ ଶାସନରେ ରାଜ୍ୟବାସୀ କିପରି ଅତିଷ୍ଠ ହୋଇ ଉଠିଲେଣି, ସେ ସମ୍ପର୍କରେ ମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ଜୀବନ ଓ ଦେଶ ପାଇଁ ତାଙ୍କର ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସୁଶାସନ ଦିବସ କମିଟି ଜିଲା ସଂଯୋଜକ ଲମ୍ବୋଦର ନାୟକ, ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାକେଶ ମଲ୍ଲିକ ପ୍ରମୁଖ ଏଥିରେ ଯୋଗଦେଇ ବାଜପେୟୀୀଙ୍କ ଜୀବନୀ, ତାଙ୍କ ରାଜନୈତିକ ଘଟଣାବଳୀ, ଦେଶ ଶାସନ ସମୟରେ ତାଙ୍କର ଲୋକାଭିମୁଖୀ ନିଷ୍ପତ୍ତି ତଥା କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ମହିଳା ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ବରିଷ୍ଠ ନେତା ହରେକୃଷ୍ଣ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହା ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଜେପିରେ ଯୋଗଦାନ କରିଥିବା ଦେଢ଼ଶହରୁ ଊର୍ଦ୍ଧ୍ୱ କଂଗ୍ରେସ ଓ ବିଜେଡ଼ିର କାର୍ଯ୍ୟକର୍ତ୍ତାଙ୍କୁ ଏହି ଅବସରରେ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସୁନୀଲ କର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ