ବାତ୍ୟାକୁ ନେଇ ବୈଠକ ଡାକିଲେ ସରକାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମସ୍ତେ ସଜାଗ ରୁହ। ସମସ୍ତଙ୍କ ଛୁଟି ବାତିଲ। ବାତ୍ୟାକୁ ନେଇ ବୈଠକ ଡାକିଲେ ସରକାର। ହେର୍ଡ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ସମୁଦ୍ର ଅଶାନ୍ତ ରହିବ। ୨୨ ତାରିଖ ସକାଳୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା।ସେହି ସମୟରେ ପବନ ର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଏବଂ ଝଟକା ପବନ ୬୫କିମି ରହିବ।୨୩ରୁ ବଢିବ ବର୍ଷାର ପରିମାଣ ବୋଲି ସୁଚନା ଦେଲା ଆଂଚଳିକ ପାଣିପାଗ ବିଭାଗ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ ।ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ! ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ।ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେଇପାରେ । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ