ବିଇଓ ପଦବୀକୁ ପଦୋନ୍ନତି ହେଲେ ବୁଗୁଡା ଏବିଇଓ

ବୁଗୁଡା, (ଅନିଲ କୁମାର ମହାରଣା):ଅକ୍ଟୋବର ୧୮ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିଫିକେସନ ଦ୍ୱାରା ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ପଦବୀକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ନାମ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ନାମ ଉଲ୍ଲେଖ ରହିଅଛି। ପ୍ରମୋଦ ଚନ୍ଦ୍ର ସେନାପତି ବିଇଓ ଭାବେ ପଦୋନ୍ନତି ପାଇଥିବା ଜାଣିବାପରେ ବୁଗୁଡା ବ୍ଲକ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି। ବହୁ ବିଶିଷ୍ଠ ବ୍ୟକ୍ତି ଓ ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରୀ ସେନାପତି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସେନାପତି ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ। ଏବିଇଓ ଭାବେ ପଦୋନ୍ନତି ପାଇ ବୁଗୁଡ଼ାରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ବିଇଓ ଭାବେ ପଦୋନ୍ନତି ପାଇଛନ୍ତି। ଶ୍ରୀ ସେନାପତି ଜଣେ ଉତ୍ତମ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଛନ୍ତି। ବର୍ତ୍ତମାନ ବୁଗୁଡା ବିଇଓ ପଦବୀ ଖାଲି ପଡିଥିବା ବେଲଗୁଣ୍ଠା ବିଇଓ ପ୍ରଶନ କୁମାର ବେହେରା ଦାୟିତ୍ୱରେ ଅଛନ୍ତି। ତିନିଜଣ ଏବିଇଓ ରହିବା ବ୍ୟବସ୍ଥା ଥିବାବେଳେ ଶ୍ରୀ ସେନାପତି ଏକାକୀ ସମସ୍ତ କାର୍ଯ୍ୟ ସୁଚାରୁଭାବେ ପରିଚାଳନା କରିଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ