ବାତ୍ୟା ପାଇଁ ଘର ଛାଡ଼ିଥିବା ପରିବାରକୁ ଭେଟିଲେ ସମୀର ଦାଶ

ନିମାପଡ଼ା,(ସନ୍ତୋଷ ଦାଶ):ବାତ୍ୟା ଦାନା ଯେତିକି ଉପକୂଳ ମୁହାଁ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳ ରେ ପବନ ଓ ବର୍ଷା ସେହି ପରିମାଣ ରେ ବୃଦ୍ଧି ପାଇବାରେ ଲାଗିଛି। ନିମାପଡ଼ା ବ୍ଲକ ର ତଳିଆ ଅଞ୍ଚଳ ର ଲୋକ ମାନଙ୍କୁ ସୁରକ୍ଷା ଦୃଷ୍ଟି ରୁ ନିକଟସ୍ଥ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ବିଭିନ୍ନ ସ୍କୁଲ କଲେଜ କୁ ସ୍ଥାନାନ୍ତର କରାଯାଇଛି। ନିମାପଡ଼ା – ଗୋପ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସଂଧ୍ୟା ରେ ବିଭିନ୍ନ ପଞ୍ଚାୟତରେ ଘର ଛାଡ଼ି ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ପରିବାରକୁ ଭେଟିବା ସହିତ ସ୍ଥିତି ର ସମୀକ୍ଷା କରିଛନ୍ତି। ନିମାପଡ଼ା ବ୍ଲକ ତୁଳସୀପୁର ପ୍ରାଥମିକ ବିଦ୍ୟାଳୟ ରେ ଆଶ୍ରୟ ନେଇଥିବା ପରିବାରକୁ ଭେଟିବା ସମୟ ରେ ତୁଳସୀପୁର ପଞ୍ଚାୟତ ର ନେତା ତ୍ରିଲୋଚନ କର ,ଅରକ୍ଷିତ ଭୋଇ ,ପ୍ରକାଶ ସାହୁ, ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ଙ୍କ ସମେତ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ଶ୍ରୀ ଦାଶ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଆଶ୍ରୟସ୍ଥଳୀ ରେ ଆଶ୍ରୟ ନେଇଥିବା ପରିବାରକୁ ଭେଟିଥିଲେ। ରେଞ୍ଚ ଚିନ୍ତାମଣି ବିଦ୍ୟାପୀଠ ଠାରେ ବାତ୍ୟାରେ ଆଶ୍ରୟ ନେଇଥିବା ପରିବାରକୁ ଭେଟିବା ସହିତ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ