ବାତ୍ୟା ବିପନ୍ନଙ୍କ ପାଇଁ ହୋଟେଲ ମ୍ୟାନେଜମେଣ୍ଟ କର୍ତ୍ତୃପକ୍ଷ ଦେଲେ ୧୦ ହଜାର ଟଙ୍କା
ଯାଜପୁର, (ଯୁଗାବ୍ଦ ନ୍ୟୁଜ)ପଂନୀ ବାତ୍ୟାରେ ଯାଜପୁର ଜିଲ୍ଲା ମଧ୍ୟ କ୍ଷତିଗ୍ରସ୍ତ ହୋଇଚ୍ଥି । ଜିଲ୍ଲା ରେଡକ୍ରସ ଦିବସ ପାଳନ ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଇନ୍ଦିରା ଗାନ୍ଧି ଇନିଷ୍ଟିଚ୍ୟୁଟ ଅପଂ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ହସ୍ତରେ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଚ୍ଥି । ଜିଲ୍ଲାର କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ସହଯୋଗ ଓ ରିଲିପଂରେ ସହାୟତା ପାଇଁ ଇନିଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ସହଯୋଗ କରାଯାଇଚ୍ଥି ବୋଲି ଇନିଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ସେଠୀ ଓ କେନ୍ଦ୍ର ତତ୍ତ୍ୱାବଧାରକ ସୈାମ୍ୟ ରଂଜନ ପତି କହିଚ୍ଥନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । କେବଳ ସରକାରୀ ସହାୟତା ନୁହେଁ ସାଂଗଠନିକ ଓ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଯେ କେହି ସହଯୋଗ ଦେଇପାରିବେ । ବିପନ୍ନଙ୍କ ମୁହଁରେ ହସ ପୁଂଟାଇବା ଏକ ମହତ କାର୍ଯ୍ୟ । ଏଥିରେ ସ୍ୱଇଚ୍ଚ୍ଥାରେ ସାମିଲ ହେବାକୁ ଜିଲ୍ଲା ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।

 
             
						 
						 
						 
						 
						 
						
