ବାଦ୍‌ପଡ଼ିଲା “ପାଟଣାଗଡ଼

କୋଲକତା ଇଣ୍ଟନନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରୁ ବାଦ୍ ପଡ଼ିଲା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର “ପାଟଣାଗଡ଼’ । ନଭେମ୍ବର ୮ରୁ ୧୫ ଯାଏ ଚାଲିବାକୁ ଥିବା ଏ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ପୂର୍ବରୁ “ପାଟଣାଗଡ଼’କୁ ମନୋନୀତ କରାଯାଇଥିଲା । ତେବେ ହଠାତ ୨ ଦିନ ତଳେ ଫିଲ୍ମଟି ଏଠାରେ ସ୍କ୍ରିନିଂ ହେବ ନାହିଁ ବୋଲି ପ୍ରଯାଜକଙ୍କୁ ଉତ୍ସବର ଆୟାଜକମାନେ ଜଣାଇଥିଲେ । ଆଉ ତା’ ପରେ ଏହା ଚର୍ଚ୍ଚାର ବିଷୟ ହାଇଛି ।
ଫିଲ୍ମକୁ ନେଇ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଆୟୋଜକଙ୍କୁ ଲିଗାଲ୍ ନୋଟିସ୍ ପଠାଯାଇଥିବାରୁ କୌଣସି ବିବାଦୀୟ ପରିସ୍ଥିତି ଉପୁଜିବାର ଆଶଙ୍କା କରି ଫିଲ୍ମଟିକୁ ଏହି ଫେଷ୍ଟିଭାଲରୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜକଙ୍କ ଏ ନିଷ୍ପତ୍ତିକୁ ଫିଲ୍ମର ପ୍ରଯୋଜକ ଓ କଳାକାର ପ୍ରତିବାଦ କରିଥିବା ବେଳେ ଫିଲ୍ମ ସମୀକ୍ଷକମାନେ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ