ସାଇକେଲ୍ ପ୍ରେମୀ ସିଦ୍ଧାନ୍ତ
ଓଲିଉଡ୍ ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ମାସକୁ ଥରେ କି ଦୁଇ ଥର ବାଇକ୍ ଚଲାନ୍ତି । ଦୂର ସ୍ଥାନକୁ ଯିବାର ଥିଲେ କାର୍ ବ୍ୟବହାର କରନ୍ତି । କିନ୍ତୁ ଘର ପାଖାପାଖି କୌଣସି ସ୍ଥାନ ବା ବଜାରକୁ ଯିବା ପାଇଁ ବାଇକ୍ ବ୍ୟବହାର କରନ୍ତି । କେବଳ ସେତିକି ନୁହେଁ, ପ୍ରତ୍ୟେକ ଦିନ କିଛି ସମୟ ନିଶ୍ଚିତ ସାଇକେଲ୍ ଚଲାଇବାକୁ ସେ ତାଙ୍କ ସିଡ୍ୟୁଲରେ ସାମିଲ କରିଛନ୍ତି । ସେ କହିଥିଲେ ଯେ ତାଙ୍କୁ ସାଇକେଲ୍ ଚଲାଇବାକୁ ଭଲ ଲାଗେ । ଏଥିରୁ ତାଙ୍କୁ ଦୁଇଟି ଲାଭ ମିଳେ । ଗୋଟେ ହେଉଛି- ତାଙ୍କ ସ୍ୱାସ୍ଥ୍ୟ ଠିକ୍ ରହେ । ଅନ୍ୟଟି ହେଲା- ଲୋକମାନଙ୍କ ମଧ୍ୟରେ ସେ ସଚେତନତା ସୃଷ୍ଟି କରିପାରନ୍ତି । ଯାନବାହନ ସଂଖ୍ୟା ବଢ଼ଥିବାରୁ ପ୍ରଦୂଷଣ ବଢ଼ୁଛି । ଭବିଷ୍ୟତରେ ଏହା ପରିବେଶକୁ ନଷ୍ଟ କରି ଦେବ । ତେଣୁ ଆମେ ସମସ୍ତେ ଏବେଠୁ ସାଇକେଲ୍ ଚଲାଇବାର ଅଭ୍ୟାସ ଆରମ୍ଭ କରି ଦେବା ଉଚିତ୍ । ସାଇକେଲ୍ ଚଲାଇବାର ଆଉ ଏକ ଉପକାରିତା ବିଷୟରେ ବି ସିଦ୍ଧାନ୍ତ କହିଥିଲେ । ସେ କହିଥିଲେ, ସକାଳେ ସାଇକେଲ୍ ଚଲାଇବା ସମୟରେ ଲୋକମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳେ । ବାଟରେ ଅନେକ ଲୋକ ଭେଟ ହୁଅନ୍ତି ଓ ସେମାନଙ୍କ ସହ ଗପସପ କିରିବାକୁ ବହୁତ ଭଲ ଲାଗେ । ସିଦ୍ଧାନ୍ତ ୧୫୦ରୁ ଅଧିକ ଓଡ଼ିଆ ଫିଲ୍ମ କରିଛନ୍ତି । ୧୯୯୩ରେ ତାଙ୍କର ପ୍ରଥମ ଫିଲ୍ମ “ଶ୍ରଦ୍ଧାଞ୍ଜଳି’ ରିଲିଜ୍ ହୋଇଥିଲା । ସେତେବେଳେ ସିଦ୍ଧାନ୍ତଙ୍କୁ ୨୭ବର୍ଷ ହୋଇଥିଲା ।


