ବାବାମଣି ସ୍ନାତକ ମହା ବିଦ୍ୟାଳୟ ବାର୍ଷିକ କ୍ରୀଡା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ସ୍ଥିତ ବାବାମଣି ସ୍ନାତକ ମହା ବିଦ୍ୟାଳୟର ବାର୍ଷିକ କ୍ରୀଡା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ନିକୁଞ୍ଜ କିଶୋର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କ୍ରୀଡା ସଭାରେ ଆଖଣ୍ଡଳମଣି ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ମହାନ୍ତି, ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା, ଶିକ୍ଷାବିତ ଦୀପ୍ତି ରଞ୍ଜନ ନାୟକ, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଅଧ୍ୟାପକ ସୁବାସ ଚନ୍ଦ୍ର ପଣ୍ଡା, ଅଧ୍ୟାପକ ପ୍ରଶାନ୍ତ ନାୟକ ପ୍ରମୂଖ ଅତିଥି ଭାବେ ଯୋଗଦେଇ କ୍ରୀଡା ଦ୍ବାରା ମାନସିକ ଓ ଶାରୀରିକ ବିକାଶ ସମ୍ଭବ ହୋଇଥାଏ ମତ ପୋଷଣ କରିଥିଲେ । ବନ୍ଧୁତ୍ବପୂର୍ଣ୍ଣ କ୍ରୀଡା ପ୍ରଦର୍ଶନ କରିବାକୁ ଉପସ୍ଥିତ କ୍ରୀଡା ପ୍ରତିଯୋଗୀଙ୍କୁ ଅତିଥିମାନେ ଆହ୍ବାନ କରିଥିଲେ । ବରିଷ୍ଠ ଅଧ୍ୟାପକ ବିଜୟ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କ୍ରୀଡା ଶିକ୍ଷକ ଅନୀଲ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।