ବାବା ବାଲିକପିଳେଶ୍ୱର ଠାରେ ବାର୍ଷିକ ସମାରୋହ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ପୁରୀ ଜିଲ୍ଲା କୋଣାର୍କ ଓ ତାର ଆଖପାଖ ୯ ଟି ପଞ୍ଚାୟତରେ ଲୋକ କଳା ସ°କୀର୍ତ୍ତନ ବଞ୍ଚାଇ ରଖିବା ସହ ଧାର୍ମୀକ ଚେତନା ଗାଁ ଗାଁ ରେ ପହଞ୍ଚେଇବା ପାଇଁ ଶ୍ରୀ ଜଗନ୍ନାଥ ସ°ସ୍କୃତି ସ°କୀର୍ତ୍ତନ ସେବା ପକ୍ଷରୁ ବାବା ବାଲିକପିଳେଶ୍ୱର ପିଠିରେ ଏକ ବିଷାଳ ଶମାବେଷ କରାଯାଇଛି। ଏଥିରେ କୋଣାର୍କ ଓ ତାର ଆଖପାଖ ୯ ଟା ପଞ୍ଚାୟତରୁ ୨୫ ଟି ସ°କୀର୍ତ୍ତନ ଗୃପୁ ଭାଗ ନେଇ ପୌରାଣିକ କଥାବସ୍ତୁ କୁ ଆଲୋଚନା ସହ ହରେକୃଷ୍ଣ ହରେରାମ , ହୁଳହୁଳି ଓ ହରିବୋଲ ସ°କୀର୍ତ୍ତନ କରି ଲୋକ କଳାକୁ କିପରି ପ୍ରତି ଗ୍ରାମରେ ପହଞ୍ଚାଇବା ପାଇଁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା , ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ୟାଧିନ କୁମାର ନାୟକ ,ସଙ୍କିର୍ତନ ମଣ୍ଡଳୀର ସଭାପତି ଭାଗିରଥି ସାହୁ,ଯାଦବ ମହାସଂଘର ସଭାପତି ଗୋପାଳ ଚନ୍ଦ୍ର ବେହେରା, ପରିବେଶବିତ ଉମେଶ ସ୍ୱାଇଁ, ତରକୋର ପଂଚ।ୟତର ପୂର୍ବତନ ସରପଂଚ ଦୁର୍ଯ୍ୟଧନ ଖଟୋଇ, କାଶୀନାଥ ନାୟକ, ସୁତନ ଓ ତରକୋର ପଂଚ।ୟତ ର ନବ ନିର୍ବାଚିତ ସରପଞ୍ଚ ଉପସ୍ଥିତ ରହି ପୁରୀ ଜିଲ୍ଲା ରେ କିପରି ଲୁଚିଯାଉଥିବା ଲୋକ କଳାକୁ ବଢାଇବା ପାଇଁ ବିଧାୟକ ପାଠିରୁ ଏକ ଗୃହ ନିର୍ମାଣ କରିବା ସହ କିଛି ମୃଦଙ୍ଗ, କଳାକାର ଭତ୍ତା କରିବା ଏବଂ ଅବସର ନେଉ ଥିବା କଳାକାର ମାନଙ୍କୁ କିଛି ଅର୍ଥ ସାହାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେପଟେ କୋଣାର୍କ ଯୋନ୍ ର ସ°କୀର୍ତ୍ତନ ମଣ୍ଡଳୀ ସଭାପତି କୁହନ୍ତି ଟିଭି ମୋବାଇଲି ଦେଖି ଆଜିକାଲିର ପିଲାମାନେ ଲୋକ କଳା ପ୍ରତି ଘୃଣ୍ୟ ଭାବ କରୁଥିବା କୁ ରୋକିବା ପାଇଁ ଏ ଆମର ଛୋଟିଆ ପ୍ରୟାସ। ଏଥିରେ କିଛି ମା ମାନେ ଯୋଗ ଦେଇଥିବା ବେଳେ ହରି ନାମ ବିନା ସ°ସାର ରେ କିଛି ନାହିଁ ବୋଲି ମତ ରଖିଥିଲେ। ଆଗାମୀ ଦିନରେ ସ°କୀର୍ତ୍ତନ ମଣ୍ଡଳୀ କିପରି ଅଧିକରୁ ଅଧିକ ହେବ ସେଥିପାଇଁ ଗାଁ ଗାଁ ରେ ବୁଲି ନୂତନ ସ°କୀର୍ତ୍ତନ ମଣ୍ଡଳୀ କରିବାକୁ ଜଗନ୍ନାଥ ସ°ସ୍କୃତି ସ°କୀର୍ତ୍ତନ ସେବା ପକ୍ଷରୁ ବାବା ବାଲିକପିଳେଶ୍ୱର ପାଖରେ ସପଥ ପାଠ କରାଯାଇଥିଲା।ଶେଷରେ ଆୟୋଜକ ସୁବାସ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


