ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବନ୍ଧୁ ମିଳନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବିଜୟ ଅଗ୍ରଓା୍ୱଲାଙ୍କ ଆହ୍ୱାନକ୍ରମେ ଏକ ବନ୍ଧୁମିଳନ ଉତ୍ସବ ଆୟୋଜିତ ହୋଇଥିଲା । ଅଧ୍ୟାପକ ଅଜୟ ସାମଲ ପୁରାତନ ବନ୍ଧୁ ସଂଜୟ କୁମାର ସାହୁ (ଡନ୍) ଓ ବିଶିଷ୍ଟ ବ୍ୟବସାୟୀ ରୋହିତ ଦାସଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରିଥିଲେ । ଦେହାନ୍ତ ହୋଇଥିବା ପୁରାତନ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ବଳରାମ ନାୟକ, ରବିନ୍ଦ୍ର ପଣ୍ଡା, ରବିନ୍ଦ୍ରନାଥ ରଥ, ନିତ୍ୟାନନ୍ଦ ସେଠୀ, ପରମାନନ୍ଦ ସେଠୀ, ଦୈତାରୀ ସାହୁ, କେଶବ ସାହୁ, ପ୍ରଦୀପ୍ତ ଦାସ, ଗୈାରାଙ୍ଗ ଚରଣ ସାହୁ ପ୍ରମୁଖ ମତ ରଖିଥିଲେ । ପ୍ରତିବର୍ଷ ଭଳି ଏ ବର୍ଷ କୋଭିଡ୍ ଯୋଗୁ ବାହାରେ ବନ୍ଧୁମିଳନ ସମ୍ଭବପର ନ ହେବାରୁ କେନ୍ଦ୍ରାପଡାର ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ କେତେକ ପରିବାରଙ୍କ ସହ ବନ୍ଧୁମିଳନ ହୋଇଥିଲା ।


