ବାବା ସାହେବ ଡଃ. ଆମ୍ବେଦକରଙ୍କ ୧୨୮ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ଛତ୍ରପୁର : ଜିଲ୍ଲାସୁଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିସରରେ ସମ୍ବିଧାନ ଜନକ ବାବା ସାହେବ ଡଃ.ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ଜିଲ୍ଲାସ୍ତରୀୟ ମହାସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥିଭାବେ ଏବଂ ଅନ୍ୟତମ ଅତିଥୀଭାବେ ଡେପୁଟିକଲେକ୍ଟର ଡଃ.ବିଜୟାନନ୍ଦ ସେଠୀ ଓ ଖଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଡଃ.କିଶୋର କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆମ୍ବେଦକରଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଆମ୍ବେଦକରଙ୍କ ଗୁଣଗାନ କରିଥିଲେ । ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ବିରଂଚିନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ