ବାମନଘାଟୀ ଉପଖଣ୍ଡ ସ୍ତରୀୟ ‘ବନ୍ଦେ ଉତ୍କଳ ଜନନୀ’ କାର୍ଯ୍ୟକ୍ରମ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ‘କରୋନା’ ଯୋଦ୍ଧାଙ୍କୁ ସେମାନଙ୍କର ଦିନରାତି ନିରବର୍ଛିନ ସେବା,ତ୍ୟାଗ, ନିଷ୍ଠା, ପ୍ରେମ, ଉତ୍ସାହ, ଦାୟିତ୍ଵବୋଧତାକୁ ସମ୍ମାନ ପ୍ରଦାନ କରିବା ପାଇଁ ଉତ୍କଳ ମାତାର ଯୋଗ୍ୟ ସନ୍ତାନ, ମହାନ ସାରସ୍ୱତସାଧକ, ,ଜାତିପ୍ରେମୀ,ଦେଶପ୍ରେମୀ , ମହାନ ଯଶ୍ୱସୀ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ..’ ସଙ୍ଗୀତକୁ ଶନିବାର ଅପରାହ୍ନରେ ଘ୫।୩୦ ମିନିଟରେ ଗାନ କରିବା ନିଷ୍ପତ୍ତିକୁ ମୟୂରଭଂଜ ଜିଲ୍ଲା ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ (କାଶୀ ଭାଇ) ସ୍ବାଗତ କରିବା ଏବଂ ମୟୂରଭଂଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ (ବବି ଭାଇ), ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା(ସଂଜୟ ଭାଇ), ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ (ମୁକ୍ତି ଭାଇ)ଙ୍କ ଆହ୍ୱାନ କ୍ରମେ ଏହି ପୁଣ୍ୟ ଉତ୍କଳ ସଂଗୀତ ଗାନ କାର୍ଯ୍ୟକ୍ରମ କାଶୀ ଭାଇଙ୍କ ବଳିଷ୍ଠ ନେତୃତ୍ୱରେ ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଦୁର୍ଗାମଣ୍ଡପ ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ଉତ୍ସାହର ସହିତ ବହୁ ଦଳୀୟ କର୍ମୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ନେତୃବୃନ୍ଦ ସମେତ ଉପଖଣ୍ଡର ୭ଟି ବ୍ଲକ ସମେତ ପୌରାଞ୍ଚଳର ଛାମୁଆଁ ନେତୃବୃନ୍ଦ ଯୋଗ ଦେଇଥିଲେ । ଏଥିରେ ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା, ମୟୂରଭଂଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା,ଜୀମୂତକାନ୍ତି କବି,ପାର୍ଥ ସାରଥି କବି,ସରକାରୀ ଓକିଲ ପଙ୍କଜ ଦାସ, ଗୌରୀ ଦତ୍ତ, ରତିକାନ୍ତ ପରୀକ୍ଷା,ସ୍ୱରୂପ ଦାସ ବୁଲୁ ପଟ୍ଟନାୟକ,ପିଙ୍କୁ ବଳ, ଅଭିଷେକ ପଟ୍ଟନାୟକ, ବାସନ୍ତୀ ମାରାଣ୍ଡି, ବିଜେଡି ରାଜ୍ୟ ମହିଳା ସଂପାଦିକା ତନୁଜା ମହାନ୍ତ, ତିରିଂବ୍ଲକ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖ ହେମ୍ବ୍ରମ,ତୁସିଲ ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ସଚିନ ଦାସ,ଟନି ପଣ୍ଡା, ରାଜେନ୍ଦ୍ର ଯାଦବ,ଦୀପକ ମିଶ୍ର,ଗଣେଶ ମିଶ୍ର, ଜଗନ୍ନାଥ ବଳ, ଶାଶ୍ଵତ ବଳ,ଗୁଗି ମହାନ୍ତି,ପ୍ରତିମା ମହାନ୍ତ,ବିକାଶ ମହାନ୍ତ,ସାଜିଦ ହୁସେନ,ଲାଲ ମୋହନ ବାରିକ ଏବଂ ଅନ୍ୟ ମାନେ ସାମିଲ ହୋଇ ସଂଗୀତ ଗାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମମତା ମହାନ୍ତ ସେଠାରେ ପହଞ୍ଚି ବିଜେଡିର ପୂଣ୍ୟ ଉତ୍କଳର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଉତ୍ସାହିତ କରିଥିଲେ ।