ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀରେ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-କରୋନାର କରାଳ‌ ପ୍ରକୋପରେ ଦିର୍ଘ ୨ ବର୍ଷ ହେଲା ପ୍ରଶାସନିକ ଜନଶୁଣାଣୀ କାର୍ଯ୍ୟକ୍ରମ ବାତିଲ ଥିଲା । ପୁଣି ଥରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୨୨ ମସିହାରେ ମଇ ମାସ ଦିତୀୟ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପରିସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋରଂଜନ ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ/ରାଇରଙ୍ଗପୁର ଆଦିବାସୀ ସମନ୍ବିତ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ହେମନ୍ତ ସିଂ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ମୁଖ୍ୟ ଅଧିକାରୀ ଡାକ୍ତର ସାଗର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌରାଞ୍ଚଳ ସମେତ ଉପଖଣ୍ଡର ୭ଟି ବ୍ଲକ ବିଶୋଇ,କୁସୁମି, ରାଇରଙ୍ଗପୁର,,ବିଜାତଳା,ବହଳଦା,ଜାମଦା ଏବଂ ତିରିଂ ଅଂଚଳର ୪୭ ଜଣ ଅଭିଯୋଗ କାରୀ ଅଭିଯୋଗ ପଂଜିକୃତ କରିଥିଲେ । ତନ୍ମଧ୍ୟରୁ ୩୫ ଟି ବ୍ୟକ୍ତିଗତ,୧୨ ଟି ଗୋଷ୍ଠୀ ଗତ ସମସ୍ୟା ଥିଲା । ଅଭିଯୋଗ କାରୀଙ୍କ ମଧ୍ୟରେ ମୁଖ୍ୟତଃ ଜମିଜମା, ଚିକିତ୍ସା ସହାୟତା, , ଯୋଜନା, ଭତ୍ତା, ଆବାସ ଯୋଜନା ଇତ୍ୟାଦି । ଅଭିଯୋଗକାରୀଙ୍କୁ ସମସ୍ୟାକୁ ତଦନ୍ତ କରି ସମାଧାନ ତ୍ବରାନ୍ବିତ କରିବା ପାଇଁ ବିହିତ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ରେଡ଼କ୍ରସ ପାଣ୍ଠିରୁ ୨ ଜଣଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ଇମର୍ଜିନସୀ) ଶ୍ରୀ ସୁଜୟ ପତି,, ଉପଖଣ୍ଡର ସମସ୍ତ ବିଡ଼ିଓ/ ତହସିଲଦାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଦିର୍ଘ ୨ ବର୍ଷ ପରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଥିଲା । ଉପଖଣ୍ଡ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମରେ ନଗଣ୍ୟ ଅଭିଯୋଗକାରୀଙ୍କ ଉପସ୍ଥିତ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଉପକୂଳ ଜିଲ୍ଲା ମାନଙ୍କରେ ଗୋଟିଏ ଗୋଟିଏ ବ୍ଲକରେ ୧୫୦/୨୦୦ରୁ ଉର୍ଦ୍ଧ୍ବ ଅଭିଯୋଗ ଜନଶୁଣାଣୀରେ ପଂଜିକୃତ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ୭ଟି ବ୍ଲକ ଏବଂ ପୌରାଞ୍ଚଳ ଥାଇ ମଧ୍ୟ ଏତେ କମ ପଂଜିକୃତ ହେଉଛି କାହିଁକି? ଉପଖଣ୍ଡର ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ଜନଶୁଣାଣୀ କାର୍ଯ୍ୟକ୍ରମକୁ ପ୍ରଶାସନିକ ତରଫରୁ ସଠିକ ପ୍ରଚାର ଓ ପ୍ରସାର କରାଯାଉନଥିବାରୁ ନିରିହ ଆଦିବାସୀମାନେ ‌ସଠିକ ସମାଚାର ନ ପାଇ ନିଜର ତଥା ଅଂଚଳର ସମସ୍ୟାକୁ ପ୍ରଶାସନକୁ ଜଣାଇବାରେ ଅସମର୍ଥ ହେଉଛନ୍ତି ।ତେଣୁ ଆଗକୁ ବ୍ଲକ, ପଞ୍ଚାୟତ ତରଫରୁ ସାଧାରଣ ଜନତାଙ୍କୁ ଆଗୁଆ ପ୍ରଚାର ଓ ପ୍ରସାର ମାଧ୍ୟମରେ ଜଣାଇବାକୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସୁଚନା ଅଧିକାର କର୍ମୀ , ସ୍ବେଛାସେବୀ ମାନେ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ