ବାମନ ଓ ପର୍ଶୁରାମ ଅବତାରରେ ଦର୍ଶନ ଦେଲେ ପ୍ରଭୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରଥଯାତ୍ରା ଅବସରରେ ଆଜି ପ୍ରଭୁଙ୍କ ବାମନ ଓ ପର୍ଶୁରାମ ଅବତାରରେ ଅତ୍ୟନ୍ତ ସୁନ୍ଦର ଭାବେ ସାଜସଜ୍ଜା କରାଯାଇ ଭକ୍ତଙ୍କ ଉଦେଶ୍ୟରେ ଦର୍ଶନର ବ୍ୟବସ୍ଥା କରାଯାଇଛି. ଆଜିର ଏହି ଅବତାରକୁ ଦର୍ଶନ ପାଇଁ ପାରଳା ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଛି. ପାରଳା ଶ୍ରୀଜଗନ୍ନାଥଙ୍କ ସେବକ ସଞ୍ଜୟ ପାଢ଼ୀ, ବଳରାମ ପଣ୍ଡା, ପ୍ରହ୍ଲଲାଦ ସୁଆର କହିଛନ୍ତି ଆଜି ଶ୍ରୀବଳଭଦ୍ରଙ୍କୁ ପର୍ଶୁରାମ ଅବତାରରେ ଏବଂ ଶ୍ରୀଜଗନ୍ନାଥଙ୍କୁ ବାମନ ଅବତାରରେ ସଜ୍ଜିତ କରାଯାଇ ଯଥା ଵିଧି ଓ ନିୟମ ଅନୁଯାଇ ପୂଜା ପାଠ ସମାପନ କରାଯାଇ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି. ପାରଳାଖେମୁଣ୍ଡି ରଥଯାତ୍ରା ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ସମ୍ପର୍ଣ ରହିଥିବାରୁ ରଥଯାତ୍ରା ସହ ପ୍ରତେକ ଦିନ ଗୁଣ୍ଡିଚା ମନ୍ଦିରରେ ୩ ଠାକୁରଙ୍କୁ ଦର୍ଶନ ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି. ଶାନ୍ତି ଶୃଙ୍ଖଳା ପାଇଁ ଏବଂ ସାଧାରଣଙ୍କ ସୁରକ୍ଷା ପାଇଁ ଗଜପତି ପ୍ରଶାସନ ଓ ପୋଲିସ ତରଫରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଛି.


