ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ମଝି ବଜାର ସ୍ଥିତ ଆଡପ ମଣ୍ଡପରେ ବୁଧବାର ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବାମନ ଓ ପର୍ଶୁରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଦଶ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ଆଜି ଜଗନ୍ନାଥ ଓ ବଳଭଦ୍ର ଙ୍କ ବାମନ ଓ ପର୍ଶୁରାମ ଅନୁଷ୍ଠିତ ହୋଇଥିଲା । ଏହି ବେଶରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବା ଲାଗି ବହୁ ଶ୍ରଦ୍ଧାଳୁ ମାନେ ଆଡପ ମଣ୍ଡପରେ ଭିଡ ଜମାଇଥିଲେ । ସକାଳୁ ସକାଳୁ ରିତିନିତି ଅନୁଯାୟୀ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀ ଜିଉଙ୍କୁ ବାମନ ଓ ପର୍ଶୁରାମ ବେଶରେ ସୁସଜ୍ଜିତ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ