ବାମପନ୍ଥୀ ଦଳ ପକ୍ଷରୁ ଜନଜାଗରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) :-କେନ୍ଦ୍ର ସରକାରଙ୍କ ନିିୟନ୍ତ୍ରଣ ବିହୀନ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ, ବେରୋଜଗାରୀ, ଶ୍ରମିକ ଛଟେଇ, ଦୂରଦୃଷ୍ଟି ବିହୀନ ଅର୍ଥନୀତି ପ୍ରଚଳନ ସହିତ ପୁଞ୍ଜିପତି ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଦେଶର ଖଣି, ପାଣି, ଜଙ୍ଗଲ, ଜମି ଠାରୁ ଆରମ୍ଭ କରି ଦେଶର ବ୍ୟାଙ୍କ, ବୀମା, ରେଳବାଇ, ବନ୍ଦର ଆଦି ରାଷ୍ଟ୍ରାୟତ କଳକାରଖାନାକୁ ବଡବଡ ପୁଞ୍ଜିପତି ମାନଙ୍କ ହାତକୁ ଟେକି ଦେଉଥିବା ମୋଦି ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ବନ୍ତ ବଜାରରେ ସିପିଆଇ, ସିପିଏମ, ସିପିଆଇ (ଏମ୍.ଏଲ) ଆଦି ବାମପନ୍ଥୀ ଦଳ ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ଏକ ଶୋଭା ଯାତ୍ରା ବନ୍ତ ବଜାର ପରିକ୍ରମା କରି ଡାକ୍ତରଖାନା ଛକ ଠାରେ ପହଂଚି ଥିଲା । ଆୟୋଜିତ ସଭାରେ ସିପିଆଇର ବରିଷ୍ଠ ସାଥୀ ଫକୀର ଚରଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ, ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଦୀଲିପ ନାୟକ, ବିନୋଦ ସାହୁ, ଅରବିନ୍ଦ ବିଶ୍ୱାଳ, ନିରଞ୍ଜନ ନାୟକ, ଭାସ୍କର ଚନ୍ଦ୍ର ବେହେରା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ପରିହାର କରିବା ପାଇଁ ଆହ୍ୱାନ ଦେବା ସହ ମଇ ୩୧ ଜିଲାପାଳଙ୍କ ଅଫିସ ଘେରାଇକୁ ସଫଳ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସଭା ଓ ଶୋଭାଯାତ୍ରାକୁ ଧନେଶ୍ୱର ଜେନା, ଉମାକାନ୍ତ ମହାପାତ୍ର, ଜୟନ୍ତ ଜେନା, ପର୍ଶୁରାମ ସ୍ୱାଇଁ, ଅଭିମନ୍ୟୁ ଜେନା, ଦୁଲା ଖାଁ, ବିଷ୍ଣୁ ଜେନା, ପଞ୍ଚାନନ ସେଠୀ, ସନାତନ ସାହୁ, କୈଳାସ ଜେନା, ଅନନ୍ତ ମହାରଣା, ଅନିରୁଦ୍ଧ ଜେନା, କୃପାସିନ୍ଧୁ ଖଣ୍ଡେଇ, ନାରୀ ନେତ୍ରୀ ଅହଲ୍ୟା ମହାକୁଡ, ମାଳତୀ ଜେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।