ବାରଣାସୀ ଉଚ୍ଚ ବିଦ୍ୟାଳୟରେ ୫୭୫ ଛାତ୍ରଛାତ୍ରୀ ଭୋଟ ଦେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାରଣାସୀ ଉଚ୍ଚ ବିଦ୍ୟାଳୟ, କାଶିନଗର ଠାରେ ଆଜି କ୍ୟାବିନେଟ ନିର୍ବାଚନ ଅନୁଷ୍ଠିତ ହୋଇଛି , ଯେଉଁଥିରେ ବିଦ୍ୟାଳୟର ୫୭୫ ଛାତ୍ରଛାତ୍ରୀ ନିଜ ଇଚ୍ଛା ମୁତାବକ ସ୍କୁଲ କ୍ୟାପଟେନ ଏବଂ ଉପ କ୍ୟାପଟେନକୁ ଭୋଟ ଦେଇ ବିଦ୍ୟାଳୟ ମଧ୍ୟରେ ହେଉଥିବା ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରି ପ୍ରତିନିଧି ମାନଙ୍କୁ ନିର୍ବାଚନ କରିବେ. ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗୀରଥି ବେହେରାଙ୍କୁ ଆମ ପ୍ରତିନିଧି ସାକ୍ଷାତ କରି ଏହି ନିର୍ବାଚନ ବିଷୟରେ ବୁଝିବାରୁ ସେ କହିଲେ ଯେ, ବିଦ୍ୟାଳୟ ମଧ୍ୟରେ ନେତୃତ୍ଵ ଓ ପ୍ରତିନିଧିତ୍ଵ ର ଗୁଣ ବିକାଶ ଏବଂ ଇତିହାସ ବହିରୁ ଭାରତୀୟ ନିର୍ବାଚନ ସମନ୍ଧୀୟ ଜ୍ଞାନକୁ ଅଧିକ କ୍ରିୟାଶୀଳ କରି ଏହାକୁ ପ୍ରମାଣିତ କରିବା ପାଇଁ ପ୍ରତିବର୍ଷ ବିଦ୍ୟାଳୟ ମାନଙ୍କରେ ସ୍କୁଲ କ୍ୟାବିନେଟ ଓ ମୀନା ମଞ୍ଚ ପ୍ରସ୍ତୁତ ହୁଏ ବୋଲି ସୂଚନା ଦେଇଥିଲେ । ଏହି ବର୍ଷ ବିଦ୍ୟାଳୟ ର ସବୁ ଶ୍ରେଣୀ ନିମନ୍ତେ ମନିଟର ମନୋନୀତ ସରିବା ପରେ,ପିଲାମାନେ ଆଗ୍ରହ କରିଥିଲେ ଯେ, ସ୍କୁଲ କ୍ୟାପଟେନ ଏବଂ ଉପ କ୍ୟାପଟେନ ପାଇଁ ଭୋଟ ଦ୍ଵାରା ବଛାଯାଉ । ତେଣୁ ସାମାଜିକ ବିଜ୍ଞାନ ଶିକ୍ଷକ ମାନଙ୍କ ଦ୍ଵାରା ଆୟୋଜିତ ନାମାଙ୍କନ, ପ୍ରତ୍ୟାହାର ଓ ପ୍ରଚାର ପରେ ଆଜି ନିର୍ବାଚନ ହୋଇଥିଲା. ସ୍କୁଲ କ୍ୟାପଟେନ ପାଇଁ ଦଶମ ଶ୍ରେଣୀରୁ ରବି ଶବର , ଏମ ସତ୍ୟମ, ପି ପବିତ୍ରା , ରୂପମଞ୍ଜରୀ ପାତ୍ର ଏହି ପାରି ଚାରିଜଣ ପ୍ରତିନିଧିତ୍ଵ କରିଥିଲା ବେଳେ ଉପ କ୍ୟାପଟେନ ପାଇଁ ନବମ ଶ୍ରେଣୀରୁ ଟି. ଗଣେଶ , ପି.ରାଘବ , କେ.ସାଗର , ଅର୍ପିତା ଭୂୟାଁ , ଜୟସ୍ମିତା ଜେନା ପଞ୍ଚ ଜଣ ଛାତ୍ରଛାତ୍ରୀ ପ୍ରତିନିଧିତ୍ଵ କରିଥିଲେ । ସ୍କୁଲ ନିର୍ବାଚନ ଅଫିସର ଶିକ୍ଷୟିତ୍ରୀ ନାଗମଣି ଲବେଟିଙ୍କ ଅନୁସାରେ ୨୦ ତାରିଖ ଦିନ ଭୋଟ ଗଣତି ଏବଂ ୨୨ ତାରିଖ ଦିନ ପରିଣାମ ଘୋଷଣା ହେବ । ଭାରତୀୟ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧରେ ଜ୍ଞାନ ଯୋଗେଇବାର ଏହା ଏକ ପ୍ରକାର ସଫଳ ପ୍ରୟୋଗ ଯାହା ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଥିବା ଲୁକ୍କାୟିତ ଯୁବ ରାଜନୈତିକ ପ୍ରତିଭାର ବିକାଶ ହୋଇପାରିବ. ଏହି ନିର୍ବାଚନ ପ୍ରକ୍ରିୟା ଆୟୋଜନକରିବା ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ଅନୁଷ୍ଠିତ ହୋଇଥିଲା. ବିଦ୍ୟାଳୟ ପରିସରରେ ନିର୍ବାଚନ କରିବା ଦ୍ୱାରା ଆଞ୍ଚଳିର ବହୁ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ବିଦ୍ୟାଳୟ ତରଫରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ