ବାରଣ୍ଡାରୁ ବାଇକ ଚୋରୀକୁ ନେଇ ଥାନାରେ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ଥାନା ଅନ୍ତର୍ଗତ ଖଇରାବସ୍ତ ଗ୍ରାମର ଆଲୋକ ରାୟଙ୍କ ମଟର ସାଇକେଲକୁ ମଙ୍ଗଳବାର ରାତିରେ ଦୁର୍ବୃତ ଚୋରୀ କରି ନେଇ ଯାଇଥିବା ବୁଧବାର ଆଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଲୋକଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ରାତିରେ ବାଜାଜ୍ ଡିସକଭର ମଟର ସାଇକେଲକୁ ନିଜ ଘର ବାରଣ୍ଡାରେ ରଖିଥଲେ । ବୁଧବାର ସକାଳ ସମୟରେ ଦେଖିଲା ବେଳକୁ ବାରଣ୍ଡାରେ ମଟର ସାଇକେଲ ନାହିଁ । ବହୁତ ଖୋଜାଖୋଜି କରିବା ପରେ ନ ପାଇବାରୁ ଥାନାର ଆଶ୍ରୟ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ତଦନ୍ତ ଚାଲୁ ରହିଥିବା ଥାନା ଆଇଆଇସି ଅଭୟ କୁମାର ବେହେରା ପ୍ରକାଶ କରିଛନ୍ତି ।